ଭାରତରାଜନୀତି

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

ପାର୍ଥଙ୍କ ସହଯୋଗୀ ଅର୍ପିତାଙ୍କୁ ଇଡିର ପଚରାଉଚୁରା ଜାରି

କୋଲକାତା: ପଶ୍ଚିମ ବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡିର ପଚରାଉଚୁରା ଜାରି ରହିଛି। ଇଡିର ୫ ଜଣିଆ ଟିମ ଅର୍ପିତାଙ୍କୁ ପଚରା ଉଚୁରା କରିଥିଲା। ସେ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଏହାଛଡା ସେହିଦିନ ତାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯିବ। ଅର୍ପିତା ବିଚାର ବିଭାଗୀୟ ହାଜତକୁ ଆସିବା ପରେ ଇଡି ପକ୍ଷରୁ ତାଙ୍କୁ ପ୍ରଥମ ଦିନରେ ମଧ୍ୟ ପଚରାଉଚୁରା କରାଯାଇଥିଲା।

ସୂଚନା ଅନୁସାରେ ଏହି ଟିମରେ ଦୁଇ ଜଣ ମହିଳା ଅଧିକାରୀ ସାମିଲ ହୋଇଥିଲେ। ଅର୍ପିତାଙ୍କୁ ଘଣ୍ଟାଏ କାଳ ପଚରାଉଚୁରା କରାଯାଇଥିଲା। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତାଙ୍କୁ ଏକ ସ୍ୱତନ୍ତ୍ର ପବ୍ଲିକ ମନି ଲଣ୍ଡରିଂ ଆକ୍ଟ ଦ୍ୱାରା ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନା ଅନୁସାରେ ଇଡି ପକ୍ଷରୁ ଅର୍ପିତାଙ୍କ ଘରୁ ୨୧.୦୯ କୋଟିର ନଗଦ ଟଙ୍କା, ୫୬ ଲକ୍ଷର ବିଦେଶୀ ମୁଦ୍ରା, ୭୬ ଲକ୍ଷ ଟଙ୍କାର ସୁନା ଜବତ କରିଛି। ମୋଟ ଜବରଦଖଲ ୨୩.୨୨ କୋଟି ଟଙ୍କା ରହିଥିଲା। ତାଙ୍କ ଘରୁ ଉଦ୍ଧାର ହୋଇଥିବା ଅର୍ଥ ପାର୍ଥଙ୍କର ବୋଲି ଇଡିକୁ ସୂଚନା ଦେଇଥିଲେ।

Related posts

ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

mahabharatanews

ଭାରତ-ପାକ୍ ମହା ମୁକାବିଲା

mahabharatanews

ଆଦିତ୍ୟ-ଏଲ୍ ୧; ତିରୁମାଲା ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ଟିମ

mahabharatanews