ଭାରତରାଜନୀତି

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବିହାର ବାଚସ୍ପତି

ପାଟନା: ଫ୍ଲୋର ଟେଷ୍ଟ ପୂର୍ବରୁ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ଇସ୍ତଫା ଦେଇଛନ୍ତି। ତେବେ ସେ ଇସ୍ତଫା ଦେବା ପୂର୍ବରୁ ତାଙ୍କୁ ଏକ ସୋ କଜ ନୋଟିସ ମଗା ଯାଇଥିଲା। ବିହାରରେ ମହାଗଠବନ୍ଧନ ସରକାର ଗଠନ ହୋଇଛି। ନୀତିଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ପଡିବ। ଏହି ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିଜୟ ସିହ୍ନା ବିଧାନସଭାକୁ ସମ୍ବୋଧିତ କରିଥିଲେ। ଯେତେବେଳେ ବିଧାନସଭାର ବୈଠକ ପ୍ରକ୍ରିୟା ଆରମ୍ଭ ହେଲା ପରେ ଶ୍ରୀ ସିହ୍ନା କହିଥିଲେ ଯେ, ମୋ ବିରୋଧରେ ଅନେକ ଅଭିଯୋଗ ହୋଇଛି। ମୁଁ ଗୃହରେ ଉତ୍ତର ରଖିବାକୁ ଚାହୁଁଥିବାରୁ ମୁଁ ଇସ୍ତଫା ଦେଇନାହିଁ। ଶ୍ରୀ ସିହ୍ନା କହିଛନ୍ତି ଯେ ମୁଁ ସାମ୍ବିଧାନିକ ନିୟମ ଅନୁସାରେ କାର୍ଯ୍ୟ କରୁଛି। ମୋ ବିରୋଧରେ ସୋ କଜ ନୋଟିସ ଆଣିବା ଅସାମ୍ବିଧାନିକ ବୋଲି କହିଛନ୍ତି। ଗୃହରେ ସମ୍ବୋଧିତ କରିବା ପରେ ନୀତିଶଙ୍କ ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଇଥିଲେ। ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତିଙ୍କ ବିରୁଦ୍ଧରେ ସୋ କଜ ନୋଟିସ ଜାରି କରାଯାଇଥିଲା। ତେବେ ବିହାର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବାଚସ୍ପତି ତାଙ୍କ ପଗରୁ ଇସ୍ତଫା ଦେବେ ବୋଲି ବିଶ୍ୱାସ କରାଯାଉଥିଲା।

Related posts

ସିଲିଣ୍ଡର ବିସ୍ଫୋରଣରେ ୫ ମୃତ

mahabharatanews

ଆର୍ଯ୍ୟନଙ୍କୁ ମିଳିଲା କ୍ଲିନ୍ ଚିଟ୍

mahabharatanews

ହଟଗୋଳ ମଧ୍ୟରେ ଗୃହରେ ୭ଟି ବିଲ ଉପସ୍ଥାପିତ

mahabharatanews