ଭାରତ

ଚର୍ଚାରେ ରୁଷୀୟ ଗୁପ୍ତଚର ତିମି

(ନରୱେର): ତିମିକୁ ଦେଖି ଅବାକ ହୋଇଗଲେ ଲୋକେ । ଏହା ଯେତିକି କୌତୁହଳ ଥିଲା ସେତିକି ସନ୍ଧେହଜନକ  ୨୦୧୯ରେ ନରୱେଠାରେ ଦେଖାଯାଇଥିବା ଏକ ବିଶାଳ ତିମିକୁ ରୁଷ୍ ନୌସେନା ପକ୍ଷରୁ ତାଲିମ ଦେଇ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସନ୍ଦେହ କରାଯାଉଥିଲା। କାରଣ ଏହି ତିମି ବେକରେ ଏକ ମଣିଷନିର୍ମିତ ଫିତା ଓ କ୍ୟାମେରା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ତିମିଟି ଆଜିକାଲି ଏତେ ଦ୍ରୁତଗତିରେ ନିଜ ପ୍ରାକୃତିକ ଆବାସସ୍ଥଳରୁ ଦୂରରେ କାହିଁକି ବୁଲୁଛି ତାହା ବୁଝାପଡ଼ୁ ନାହିଁ। ତିମିଟିର ବୟସ ୧୩-୧୪ ବର୍ଷ ହେବ।

ସୂଚନାନୁଯାୟୀ , ନରୱେର ଉତ୍ତରାଞ୍ଚଳ ଫିନମାର୍କରେ ଏହି ତିମି ପ୍ରଥମେ ଦେଖିବାକୁ ମିଳିଥିଲା। ନରୱେ ଭାଷାରେ ଏହି ତିମିର ନାମ ଦିଆଯାଇଥିଲା ‘ହ୍ବାଲ୍‌ଦିମିର’। ନରୱେ ଉପକୂଳରେ ତିନିବର୍ଷ ବୁଲିବା ପରେ ଏହା ଦ୍ରୁତଗତିରେ ଏବେ ସ୍ବିଡେନ ଅଞ୍ଚଳକୁ ଚାଲିଆସିଛି। ରବିବ‌ାର ସ୍ବିଡେନର ଦକ୍ଷିଣ-ପଶ୍ଚିମ ଉପକୂଳ ଅଞ୍ଚଳ ହନେବୋଷ୍ଟ୍ରାଣ୍ଡରେ ଏହା ଦେଖିବାକୁ ମିଳିଥିଲା।ଏହି ତିମି ମଣିଷ ସହ ଅଭ୍ୟସ୍ତ ଥିବା ଜଣାପଡ଼ୁଥିବାରୁ ଏହାକୁ ରୁଷୀୟ ନୌସେନା ପକ୍ଷରୁ ତାଲିମ ଦେଇ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସନ୍ଦେହ କରାଯାଉଛି।

Related posts

ପାଦରେ ଭୋଟ ଦେଇ ଚର୍ଚାରେ ଯୁବକ 

mahabharatanews

 ୫ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

mahabharatanews

ଏନଡିଏ ବର୍ତ୍ତମାନ ସୁଦ୍ଧା ୨୦୭ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ପଛରେ ରହିଛି

mahabharatanews