ଓଡିଶା

ନିରପେକ୍ଷ ଓ ଯୁଗ୍ମ ତଦନ୍ତ ଆଧାରରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ: ବିନା ଚାପ ଓ ନିରପେକ୍ଷତା ର ସହ ଯୁଗ୍ମ ତଦନ୍ତ ଆଧାର ରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟାରେ ଜିଲ୍ଲାରେ ଚଳିତ ବନ୍ୟା ରେ କ୍ଷୟକ୍ଷତିର ତଥ୍ୟ ପ୍ରଦାନ ନିମିତ୍ତ ସମସ୍ତ ବିଡ଼ିଓ, ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ସହ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା କ୍ଷୟକ୍ଷତି ଆକଳନ ସମୟରେ ଯେପରି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ଓ କୌଣସି ଅଯୋଗ୍ୟ ହିତାଧିକାରୀ ସାମିଲ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କ୍ଷୟକ୍ଷତିର ଆକଳନ ଏସଆରସିଙ୍କ ନିୟମାବଳୀ ଅନୁସାରେ କରିବା ଓ ତଦନ୍ତ ସମୟରେ ସମସ୍ତ ବିଭାଗକୁ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁସାରେ କୃଷି ବିଭାଗ ପକ୍ଷରୁ ସ୍ୱଳ୍ପ ମିଆଦୀ ଧାନ ବିହନର ବ୍ୟବସ୍ଥା କରିବାକୁ ଉପସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କ୍ଷୟକ୍ଷତିର ରିପୋର୍ଟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଯୁଗ୍ମ ତଦନ୍ତ ଆଧାରରେ ଆସିଥିବା ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ଏସ୍ଆରସିଙ୍କୁ ପ୍ରଦାନ କରାଯିବ। ତେଣୁ ସ୍ୱଛ ଓ ନିଷ୍ଠାର ସହ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରାଚଂଳର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର ପାତ୍ର ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Related posts

ଗଜପତି ଭାଜପାର ନୂଆ ଟିମ୍ ଘୋଷିତ

mahabharatanews

 ରଥ ଦଉଡି ଛିଡ଼ିବା ଘଟଣା : ଆଖି ବୁଜିଲେ  ଭୋଇ ସେବକ

mahabharatanews

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଆରା ନୂଆବର୍ଷ

mahabharatanews