ଓଡିଶା

ବନ୍ୟା ଜଳରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ

ଗୋପ: ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ ଓ ପାନୀୟ ଲାଗି ମଧ୍ୟ ଲୋକମାନେ ଡହଳ ବିକଳ ହେଉଛନ୍ତି। ଏହି ସମୟରେ ଗୋପ ବ୍ଲକରେ ବନ୍ୟା ପାଣିରେ ବୁଡି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଖବର ଗୋପ ବ୍ଲକରେ ଦ୍ୱିତୀୟ ଘଟଣା ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମାଆ ଆଡଙ୍ଗେଇ ପୀଠର ପୂଜକ ଶୋଳପୁର ଗାଁର ମୃତ୍ୟୁ ଘଟିବା ପରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୃତ ମହିଳା ଜଣଙ୍କ ଗୋପ ଥାନା ଅଧୀନ ରାହାଙ୍ଗଗୋରଡା ପଞ୍ଚାୟତର ରାହାଗୋରଡା ଗାଁର ବବିନା ମହାରଥୀ (୩୯) ବୋଲି ଜଣାପଡିଛି। ମହିଳା ଜଣଙ୍କ ଶୌଚ ହେବାକୁ ଯାଉଥିବାବେଳେ ଅସାବଧାନତା ବଶତଃ ପାଣିରେ ବୁଡିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ନିମାପଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବନିନାଙ୍କ ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି।

Related posts

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

mahabharatanews

ନାବାଳିକା ଝିଅର ଅଶ୍ଳୀଳ ଫଟୋ ଭାଇରାଲ

mahabharatanews

ଅସାଧୁ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews