ଓଡିଶା

ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି: ସାପ କାମୁଡାରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସର୍ଗିଗୁଡା ଗ୍ରାମର ଗିରିଧାରୀ ନାୟକ ବୋଲି ଜଣାପଡିଛି। ଗିରିଧାରୀ ସକାଳ ୮ଟା ସମୟରେ ଘରେ କୌଣସି କାମ କରିବା ସମୟରେ ତାଙ୍କୁ ଏକ ନାଗ ସାପ କାମୁଡି ଦେଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଘର ଲୋକେ ତୁରନ୍ତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜୟପାଟଣା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି। କିନ୍ତୁ ଗିରିଧାରୀଙ୍କର ସ୍ତ୍ରୀ ସମେତ ଗୋଟିଏ ପୁଅ ଏବଂ ଜଣେ ଝିଅ ଥିବାରୁ ସରକାରୀସ୍ତରରେ ତାଙ୍କ ପରିବାରକୁ କିଛି ସାହାଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଛି।

Related posts

ନାଗା ଗୌଡ଼ ହତ୍ୟାକାଣ୍ଡ: ଧରାପଡିଲା ମୁଖ୍ୟ ଅଭିଯୁକ୍ତ

mahabharatanews

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ

mahabharatanews

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews