ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓ ସାମ୍ନାକୁ ଆସିଛି। ଗୋଆର ଏକ ହୋଟେଲକୁ ଆସୁଥିବା ବେଳେ ତାଙ୍କର ଅବସ୍ଥା ସ୍ୱାଭାବିକ ନଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଫୁଟେଜଟି ଭୋର ୪ଟା ୨୭ ମିନିଟର ବୋଲି ଜଣାପଡିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ହୋଟେଲ ମଧ୍ୟକୁ ଜଣଙ୍କ ସହାୟତାରେ ଆସୁଥିବା ଜଣାପଡିଛି। ତାଙ୍କ ଚାଲି ଚଳନରୁ ସେ ନିଶାସେବନ କରିଥିବା ଜଣାପଡିଛି। ତେବେ ଘଟଣାର ଅଧିକ ଅନୁସନ୍ଧାନ କଲେ ପ୍ରକୃତ ଘଟଣା ପଦାକୁ ଆସିବ। ତେବେ ଘଟଣା ଆରମ୍ଭରୁ ସୋନାଲିଙ୍କ ସାନ ଭାଇ ରିଙ୍କୁ ଫୋଗାଟା ତାଙ୍କ ଭଉଣୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଆସୁଥିଲେ। ସମ୍ପୃକ୍ତ ଘଟଣାରେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସିଙ୍କୁ ଗିରଫ କରିଛି। ଅଗଷ୍ଟ ୨୨ ତାରିଖରେ ଉଭୟେ ସୋନାଲିଙ୍କ ସହିତ ରହିଥିଲେ। ଅନ୍ୟପକ୍ଷରେ ସୋନାଲିଙ୍କ ଶରୀରରେ ଆଘାତ ଚିହ୍ନ ରହିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। କିଛି ମୁନିଆ ବସ୍ତୁ ଦ୍ୱାରା ତାଙ୍କ ଶରୀରକୁ ଆଘାତ କରାଯାଇଥିବା ରିପୋର୍ଟରେ ମଧ୍ୟ କୁହାଯାଇଛି। ହେଟେଲରୁ ମିଳିଥିବା ସିସିଟିଭି ଫୁଟେଜ ଗୋଆ ପୁଲିସ ପାଇଁ ତଦନ୍ତରେ ବଳିଷ୍ଠ ସହାୟକ ହେବ।
previous post
next post
