ଭାରତ

ଗଙ୍ଗାସ୍ନାନ କରିବାକୁ ଯାଇ ୧୫ ମୃତ

  (ଉତ୍ତରପ୍ରଦେଶ) :  ଗଙ୍ଗାସ୍ନାନ କରିବାକୁ ଯାଇ ୧୫ ମୃତ । ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଗଙ୍ଗାସ୍ନାନ ପାଇଁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟର୍‌-ଟ୍ରଲି ଆଜି ସଡ଼କ ଦୁର୍ଘଟଣା ଯୋଗୁଁ ଗୋଳିଆ ପାଣି ଭରା ଜଳାଶୟରେ ଖସିପଡ଼ିବାରୁ ଅୂନ୍ୟନ ୧୫ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ , ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଗ୍ରାମର ଅଧିକାଂଶ ମହିଳା ଓ ପିଲା ସେ ଟ୍ରାକ୍ଟର୍‌-ଟ୍ରଲିରେ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ଓ ୭ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଯାଉଥିବା ଉକ୍ତ ଟ୍ରାକ୍ଟର୍‌-ଟ୍ରଲି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଜଳାଶୟରେ ପଡ଼ିଯାଇଥିଲା। ସେ ରାସ୍ତାରେ ଆସୁଥିବା ଗୋଟାଏ କାର୍‌ ସହିତ ଧକ୍କା ନ ଖାଇବା ପାଇଁ ଉଦ୍ୟମ କରୁଥିବା ବ‌େଳେ ଟ୍ରାକ୍ଟର୍‌-ଟ୍ରଲିକୁ ସେ ନିୟନ୍ତ୍ରଣ କରିପାରିଲେ ନାହିଁ।

Related posts

ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

mahabharatanews

୨୪ ଘଣ୍ଟାରେ ଦେଶରୁ ୭୫୬ କରୋନା ସଂକ୍ରମଣ ଚିହ୍ନଟ

mahabharatanews

ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ

mahabharatanews