ଅପରାଧଓଡିଶା

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀର ଅକାତ ପାଣିକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ପଡିଲେ ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଯୁବକ ଭୁବନେଶ୍ୱର ଶୈଳଶ୍ରୀବିହାରର ବିଶ୍ୱଦେବ ଦାସ ବୋଲି ଜଣାପଡିଛି ।

ପାଣିକୁ ଡେଇଁବା କାରଣ ଅସ୍ପଷ୍ଟ । ଅନ୍ୟପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ରାଜଧାନୀରୁ ଯୁବକ ଜଣକ ମୁଣ୍ଡଳୀ ଆସି କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ବି ଜଣାପଡିନାହିଁ । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

୨୩ ଜିଲ୍ଲାରୁ ୪୯୪ କରୋନା ପଜିଟିଭ ଚିହ୍ନଟ, ୧୫ ହଜାର ଟପିଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

mahabharatanews

ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ମାଣ୍ଡିଆ ତିଆରି ପୁଷ୍ଟିକର ଖାଦ୍ୟ ମେଳା

mahabharatanews