ଓଡିଶା

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

ଭଦ୍ରକ : କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୁରା କାରଖାନା । ଏ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ବାସୁଦେବପୁର ଥିବା ମ୍ୟୁନସିପାଲଟି ଦେଉଳି ଛକ ନିକଟରେ ଥିବା ଆରତି ଫେବ୍ରିକେସନରେ ନିଅ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ସୂଚନାନୁସାରେ , ଶନିବାର ସକାଳେ ଉକ୍ତ କାରଖାନାରେ କର୍ମଚାରୀମାନେ କାମ କରୁଥିଲେ । ନିକଟରେ ଥିବା ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ସ୍ପାର୍କିଂ ହୋଇ ପାଖରେ ଥିବା ଏକ ରଂଗ ଡବାରେ ପଡି ନିଆଁ ବ୍ୟାପିଯାଇଥିଲା ।

ଏହି ଅଗ୍ନିକାଣ୍ଡରେ ସେଣ୍ଟରରେ ଥିବା ଷ୍ଟିଲ ଆଲମିରା ସହ ପ୍ଲାଏ,ଡ୍ରେସିଂ ଟେବୁଲ ଓ ଆଲଣା ଆଦି ପୋଡ଼ି ପାଉଁଶ ହେଇଯାଇଛି। ଚାହୁଁ ଚାହୁଁ କାରଖାନାର ସମସ୍ତ ଆସବାବପତ୍ରରେ ନିଆଁ ଲାଗି ସବୁ ଜଳି ଭସ୍ମୀଭୂତ ହୋଇଯାଇଛି । ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଏ ନେଇ ଖବର ବାସୁଦେବପୁର ଦମକଳ ବାହିନୀ, ପୋଲିସ ପ୍ରଶାସନ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ନିଆଁକୁ ଆୟତ କରିବା ସହ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

Related posts

୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବେ

mahabharatanews

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews

ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଅପରେସନ

mahabharatanews

Leave a Comment