ଓଡିଶା

ଆଉ ୨ଦିନ ଜାରି ରହିବ ହିଟୱେଭ

(ଭୁବନେଶ୍ୱର) : ଓଡିଶାରେ ଆହୁରି ୨ଦିନ ଯାଏଁ ଜାରି ରହିବ ହିଟୱେଭ । ଉପକୂଳ ଓଡିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ସୂଚନାନୁଯାୟୀ , ରାଜ୍ୟର ବଲାଙ୍ଗିର,ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଆଜି ହିଟୱେଭ ଜାରି ରହିବ । ବଲାଙ୍ଗୀର , ବରଗଡ଼ ରେ ଅରେଞ୍ଜ ୱାର୍ଣ୍ଣିଂ ଓ କଳାହାଣ୍ଡି , ନୂଆପଡ଼ା, ସୋନପୁର ରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଗତ ଦୁଇ ଦିନ ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିଛି । ରବିବାର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ୧୧ଟି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଟିଟିଲାଗଡ଼ ରାଜ୍ୟର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୬ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବରଗଡ଼ ୪୫.୮ ଡିଗ୍ରୀ , ବଲାଙ୍ଗୀର ୪୫.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ୧୨ ସହରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ଆଜି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ – ଉତ୍ତର ଓଡ଼ିଶାରେ ବର୍ଷ ହେବାର ସମ୍ଭାବନା ରହିଛି ।

Related posts

 ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ

mahabharatanews

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

mahabharatanews

ରାଜ୍ୟରେ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

mahabharatanews