ଓଡିଶା

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଉଦଳା: ବଜ୍ରାଘାତରେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାଛଡା ଅନ୍ୟକିଛି ସ୍ଥାନରେ ମଧ୍ୟ ବଜ୍ରାଘାତରେ ଲୋକେ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁସାରେ ଲିଟା ସିଂ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ଲିଟା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ କୁଆମାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁଆମରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଦିଲ୍ଲୀପ ସିଂ ନାମକ ଜଣେ ଯୁବକ ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି। ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସେହିପରି ସାଇଁକୁଳା ଗ୍ରାମରେ ବଜ୍ରାଘାତରେ ୪ ଜଣ ଆହତ ହୋଇଥିବା ବେଳେ ଗୋଟିଏ ଛେଳି ଏବଂ ଗାଈର ମୃତ୍ୟୁ ଘଟିଛି।

Related posts

ସ୍ୱାମୀ ଆଖି ଆଗରେ ଅତ୍ମହତ୍ୟା କଲା ସ୍ତ୍ରୀ

mahabharatanews

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

mahabharatanews

 ଅଣସେବାୟତଙ୍କୁ ମହାପ୍ରସାଦ ବିକ୍ରି ମନା 

mahabharatanews