ଓଡିଶା

ଆଜି ଧରାବତରଣ କରିବେ ବିଘ୍ନ ବିନାଶକ;ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି। ଏହି ଦିନରେ ପ୍ରଭୁ ଗଜାନନ ବା ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ । ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ବେଦ ଧ୍ବନୀରେ ପ୍ରକମ୍ପିତ ହେବ ଗଗନ ପବନ । ଗଜାନନଙ୍କ ଆବାହନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । ସୁନ୍ଦର ମୂର୍ତ୍ତି ଓ ତୋରଣରେ ଝଲସୁଛି ମଣ୍ଡପ । ଶିକ୍ଷାନୁଷ୍ଠାନରେ ଅଗ୍ରପୂଜ୍ୟଙ୍କ ଆବାହନ ବି କରାଯାଉଛି ।

ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ନାନା ରୂପରେ ଅବତିର୍ଣ୍ଣ ହେବେ ପ୍ରଭୁ ଶ୍ରୀ ଗଣେଶ। ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ହେଉଛି ଗଣେଶ ପୂଜା ।ଧୂପ ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ ।ସର୍ପ ଗଣେଶ, ସିଂହ ଗଣେଶ, ଚକେଲଟ ଗଣେଶ । ଯିଏ ଯେମିତି ସଜାଇଛି ପ୍ରଭୁ ସେମିତି ଶୋଭାବର୍ଦ୍ଧନ କରିବେ । ଏଥିପାଇଁ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି ନିଆରା ଭକ୍ତିପୂତ ଉତ୍ସାହ ।

 

Related posts

ଟଙ୍କା ମାଗିବାରୁ ସ୍ତ୍ରୀକୁ ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣ

mahabharatanews

ପାଟଣା ପୋଲିସର ଅଭିନବ ସଚେତନତା

mahabharatanews

ବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews