ଓଡିଶାରାଜନୀତି

୬ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ମେକ ଇନ ଓଡି଼ଶା କନକ୍ଲେବ ଲାଗି କରିବେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ପ୍ରଥମେ ସେଠାରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ୧୬ଟି ଦେଶର ଆମ୍ବାସାଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମେକ ଇନ ଓଡି଼ଶା କନକ୍ଲେଭର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡି଼ଶାକୁ ଆସିବ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେ। ଦେଶରେ ପୁଞ୍ଜି ନିବେଶ କରିବା ପାଇଁ ଓଡି଼ଶା ଉକ୍ରୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ବୁଝାଇବେ। ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ କେଉଁ କେଉଁ ସୁବିଧା ଯୋଗାଇଦେବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। ରାଜ୍ୟ ସରକାର ସିଙ୍ଗିଲ ଓି୍ୱଣ୍ଡୋ ଜରିଆରେ ଜମି, ବିଜୁଳି, ପାଣି ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ବୁଝାଇବେ। ଏହାଛଡା ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ଫାଉଣ୍ଡେସନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ତାଙ୍କୁ ଦୃଢ ଓ ଉକ୍ରୃଷ୍ଟ ନେତୃତ୍ୱ ଲାଗି ଫଉଣ୍ଡେସନ ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ କରାଯିବ।

Related posts

ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ଭୋଟଗ୍ରହଣ

mahabharatanews

୨ ଜିଲ୍ଲାରେ ଅତିପ୍ରବଳ ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

mahabharatanews

୩୧ରୁ ପୁଣି ଭିଜିପାରେ ଓଡିଶା

mahabharatanews