ଓଡିଶାଶିକ୍ଷା

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

ଭୁବନେଶ୍ୱର : କୁହାଯାଏ ଅନ୍ଧରରେ ବାଟ ଦେଖନ୍ତି ଗୁରୁ | ମାଆ ଯଦି ପ୍ରଥମ ଗୁରୁ ହୁଏ ତେବେ ଦ୍ଵିତୀୟ ଗୁରୁ ହେଉଛନ୍ତି ଶିକ୍ଷାଦାତା | ବିନା ସ୍ୱାର୍ଥରେ ଯିଏ ଶିକ୍ଷା ଦିଅନ୍ତି ସେ ହେଉଛନ୍ତି ଗୁରୁ | ତେବେ ବଣର ମଲ୍ଲୀ ବଣରେ ହିଁ ଫୁଟି ମଉଳିଯାଏ ହେଲେ ଗୁରୁ ସେହି ସୁଗନ୍ଧିତ ବଣ ମଲ୍ଲୀକୁ ଚିହ୍ନି ଆଶାର ଏକ ନୂତନ ଆଲୋକ ଦେଖନ୍ତି | ଭୁଲ ବାଟରେ ଯାଉଥିବା ମଣିଷଟାକୁ ପଥ ପ୍ରଦର୍ଶନ କରାନ୍ତି | ହୁଏତ ସେହି ଗୁରୁଙ୍କର ପରିଶ୍ରମ ବଳରେ ଆଉ ତାଙ୍କ ଲଗାମ ବଳରେ ଆଜି ପ୍ରତ୍ୟକ ମଣିଷ ସଠିକ ରାସ୍ତା ବାଛି ପାରିଛନ୍ତି | ତେବେ ଆଉ ମାତ୍ର ଗୋଟିଏ ଦିନ ପରେ ଆସୁଛି ଗୁରୁ ଦିବସ | ଆଉ ଏହି ଦିବସରେ ପ୍ରତ୍ୟକ ଶିଷ୍ୟ ନିଜ ଗୁରୁଙ୍କୁ ସାଦର ସହିତ ଅଭିନନ୍ଦନ ଜଣାଇଥାନ୍ତି | ବିଶେଷ କରି ଜଣେ ଗୁରୁଙ୍କ ପ୍ରତି ତାଙ୍କ ମନରେ ଯେଉଁ ଭଲପାଇବା ରହିଛି ତାକୁ ଶବ୍ଦ ଦେଇଥାନ୍ତି |

ଏହି ବିଶେଷ ମୁହୂର୍ତ୍ତକୁ ନିଜ ଗୁରୁ ତଥା ପଥ ପଦର୍ଶକଙ୍କୁ ବର୍ଣନା କରି ଭାଷା ଦେଇଛନ୍ତି ଛାତ୍ର ଇଂ.ରାଜଶେଖର ଲାହା | ତେବେ ନିଜ ପାଥ ପ୍ରଦର୍ଶକ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପ୍ରତି ଛାତ୍ର ଜଣଙ୍କର କେତେ ଭଲପାଇବା ଆଉ ସମ୍ମାନ ରହିଛି ଏହା ପଢିଲେ ହିଁ ଜାଣିପାରିବେ ……

                                         ଗୁରୁ ହିଁ କେବଳମ୍

ବିଶ୍ୱନିୟନ୍ତା ଙ୍କ ବିଚିତ୍ର ସୃଷ୍ଟି | କେତେବେଳେ କାହାଦ୍ୱାରା କରାଯିବ ସିଏ ନିଜେ ହିଁ ନିୟନ୍ତ୍ରଣ କରନ୍ତି | କିଏ ନିଜର ସ୍ୱାର୍ଥ ପାଇଁ ଜୀବନ ସାରା ସନ୍ତୁଳି ହୋଈ ସୁଖ ଖୋଜୁଥାଏ ତ ଅନ୍ୟ କିଏ ଜଗତର ହିତ ପାଇଁ ନିଜର ସର୍ବସ୍ୱକୁ ଜଳାଞ୍ଜଳି ଦେଈଥାଏ | କିଛି ଲୋକ ଜନ୍ମରୁ ଭାଗ୍ୟବାନ, କାହାକୁ ଭାଗ୍ୟକୁ ଲଦି ଦିଆଯାଇଥାଏ ତ ଅନ୍ୟକିଏ କଠିନ ପରିଶ୍ରମ କରି ଅନ୍ୟର ଭାଗ୍ୟ ତିଆରି କରିଥାନ୍ତି | ଗୁରୁ ହୋଈ ଅଜ୍ଞାନ ଅନ୍ଧାର ରୁ ଜ୍ଞାନ ର ଆଲୋକ ଆଡ଼କୁ ପଥ ପ୍ରଦର୍ଶନ କରାଊଥିବା ସେହି ମହାନ ବ୍ୟକ୍ତିତ୍ୱ ହେଊଛନ୍ତି ଆମ ସାର୍ ଡ଼ଃ.ଅଚ୍ୟୁତ ସାମନ୍ତ | ହଜାର ହଜାର ପିଲାଙ୍କ ଊଜ୍ୱଳ ଭବିଷ୍ୟତ ନିର୍ମାଣ କରିବା ପାଇଁ ବଜ୍ର ଶପଥ ନେବା ସହିତ ଏଥିପାଇଁ ନିଜକୁ ସମର୍ପଣ କରି ଅହରହ ଊଦ୍ୟମ ଜାରି ରଖିଛନ୍ତି | କଲରାବାଙ୍କରେ ଭୂମିଷ୍ଠ ଏହି ଊଜ୍ୱଳ ନକ୍ଷତ୍ର ବହୁ ପ୍ରତିକୂଳ ପରିସ୍ଥିତି ଦେଈ ଗତି କରିଛନ୍ତି | ପିଲାଦିନୁ ବାପାଙ୍କୁ ହରେଈ ଥିବା ର ଦୁଃଖ,ଚଳନୀରେ ବହୁ ବାଧାବିଘ୍ନ କୁ ଖାତିରି ନକରି ଜୀବନର ଲକ୍ଷ୍ୟ ପଥରେ ଆଗେଇ ସଫଳ ହୋଇଛନ୍ତି ।ଦ୍ବୀପ ଟିଏ ପ୍ରଜ୍ଵଳିତ ହେବା ସମୟରେ ସଞ୍ଜ ସଳିତା ଟି ନିଜେ ତିଳ ତିଳ ହୋଇ ଦଗ୍ଧିଭୂତ ହୋଇ ଅନ୍ୟକୁ ଆଲୋକ ଦେଖାଇଥାଏ । ଘୃତ ଅଥବା ତୈଳର ପ୍ରୋସ୍ହାହନ ତାକୁ ଉଜ୍ଜଳରୁ ଉଜ୍ଜଳତର ଆଡକୁ ପ୍ରେରଣା ଦେଇଥାଏ । ମା ନୀଳିମା ରାଣୀ ଙ୍କ ପ୍ରେରଣା ରେ ସାମନ୍ତ ସାର୍ ପ୍ରଦୀପ ଟିଏ ନୁହେଁ ଉଜ୍ଜଳ ଜ୍ୟୋତିଷ୍କ ଟିଏ ହୋଇ ଏମାଟିର ଶିକ୍ଷା ଆକାଶରେ ଉଦିଅମାନ ହୋଇଛନ୍ତି । ନବେ ଦଶକରେ ସୃଷ୍ଟିହୋଇଥିବା କ୍ଷୁଦ୍ର ଅନୁଷ୍ଠାନ ଟି ଆଜି ଦୁଇ ଦୁଇ ଟି ଡିମଡ ବିଶ୍ବବିଦ୍ୟାଳୟରେ ପରିଣତ ରେ ରୂପାନ୍ତରିତ ହୋଇ ଶିକ୍ଷାକାଶରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରି ପାରିଛି । କିମସ୍ ଭଳି ଏକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର କେବଳ ରୋଗୀସେବା ନୁହେଁ ଡାକ୍ତର ,ନର୍ସ ସୃଷ୍ଟି କରୁଥିବା ଏକ ମଣିଷ ତିଆରି କାରଖାନା ରେ ରୂପାନ୍ତରିତ ହୋଇପାରିଛି ।

ରସାୟନ ବିଜ୍ଞାନରେ ଅଧ୍ୟାପନା କାର୍ଯ୍ୟ ଆରମ୍ଭ କରିଥିବା ଜୀବନ ଅଧ୍ୟାପକ ହୋଇ ରହିଯାଇଥିଲେ ବୋଧେ ପରିସର ସୀମିତ ହୋଇଯାଥାନ୍ତା । ମାତ୍ର ଜଗତ କଲ୍ୟାଣ ଯାହାର ଲକ୍ଷ୍ୟ ,ଶିକ୍ଷା ର କିରଣ ବୁଣିବାପାଇଁ ଯିଏ ପ୍ରେରିତ ସିଏ ସୀମିତ ହୋଇ ରହିଥାନ୍ତେ କିପରି ?ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଉଚ୍ଚ ଶିକ୍ଷା ନିମନ୍ତେ ଆଗେଇ ଆସୁଛନ୍ତି ଅନେକ ବିଦ୍ୟାର୍ଥୀ । ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ କିଟ୍ ରେ ନିଜର ଭବିଷ୍ୟତ ଜୀବନ ଗଢିବାକୁ ଅନେକ ଇଚ୍ଛାବ୍ୟକ୍ତ କରିଥାନ୍ତି । ନିଜକୁ କିଟିଆନ୍ ଭାବେ ତିଆରି କରି ,ଅନେକ ସୁନାମଧନ୍ୟ ,ଅଗ୍ରଣୀ ଅନୁଷ୍ଠାନ ରେ ନିଜ ନିଜ କ୍ଷେତ୍ର ରେ ପାରଦର୍ଶିତା ଅର୍ଜନକରି ଅନୁଷ୍ଠାନ କୁ ଗୌରବାନ୍ଵିତ କରୁଛନ୍ତି ।

ବଣର ମଲ୍ଲି ବଣରେ ଫୁଟି ମଉଳି ଗଲେ କେହି ତାର ମହନୀୟ ସୁଗନ୍ଧ କୁ ଜାଣିପାରିନଥାନ୍ତି ମାତ୍ର ତାକୁ ଚିହ୍ନି ଠାକୁର ଙ୍କ ପୂଜା ରେ ଲଗାଊ ଥିବା ଲୋକ ମହାନ । ଓଡ଼ିଶାର ବିଭିନ୍ନ ପ୍ରାନ୍ତ ରୁ ଅବହେଳିତ ଅବସ୍ଥା ରେ ଥିବା ଜନଜାତି ପିଲାଙ୍କୁ ଉଦ୍ଧାର କରି ଶିକ୍ଷାଦାନ କରି ସେମାନଙ୍କର ଜୀବନ ଜୀବିକା ର ମୋଡ ବଦଳେଇ ଦେଇଛନ୍ତି । କିସ୍ ଏକ ମାତ୍ର ଅନୁଷ୍ଠାନ ଯେଉଁଠାରେ ତିରିଶ ହଜାର ଛାତ୍ର ଛାତ୍ରୀ କେଜି ଠାରୁ ପି ଜି ପର୍ଯ୍ୟନ୍ତ ନିଃଶୁଳ୍କ ପାଠ ପଢିଥାନ୍ତି । ଶିକ୍ଷା ପରେ ନୂତନ ଦିଗନ୍ତ କୁ ଯିବାକୁ ପ୍ରେରଣା ଯୋଗାଇଛନ୍ତି । କେବଳ ଶିକ୍ଷା ନୁହେଁ ସେମାନଙ୍କ ମଧ୍ୟରେ ଲୁକାୟିତ ଥିବା ଅନ୍ତର୍ନିହିତ ଗୁଣାବଳୀ କୁ ପ୍ରସ୍ଫୁଟିତ କରିବାପାଇଁ ଯତ୍ନବାନ। କ୍ରିଡା ର ପ୍ରସାର ନିମନ୍ତେ ସର୍ବଦା ଚେଷ୍ଟିତ । କ୍ରୀଡାବିତ ଙ୍କୁ ପ୍ରୋତ୍ସାହିତ କରାଇବା ,ସେମାନ ଙ୍କ ମଧ୍ୟରେ ଥିବା କ୍ରିଡା ନୈପୁଣ୍ୟ କୁ ଜାତୀୟ ,ଆର୍ନ୍ତଜାତୀୟ ସ୍ତରରେ ଉପସ୍ଥାପିତ ଅନେକ ଆର୍ନ୍ତଜାତୀକ କ୍ରିଡା କୁ କିଟ୍ ର କ୍ରୀଡ।ଙ୍ଗନ ରେ ଉପସ୍ଥାପନ କରିବାରେ ତାଙ୍କରଭୂମିକା ଅବିସ୍ମରଣୀୟ ।

କରୋନା କବଳରେ ନିଜର ପିତା ମାତା ଙ୍କୁ ହରେଈ ଅନାଥ ଶିଶୁ ଙ୍କୁ ଆପଣାର କରି ନେବାରେ ସେ ଅନ୍ୟ ପାଇଁ ଉଦାହରଣ ହୋଇଛନ୍ତି । ଅନେକ ବାପା ମା କୁ ହରେଈ ଥିବା ସନ୍ତାନ ମାନଙ୍କର ଗୁରୁ ଦାୟିତ୍ବ ସେ ନିଜ ହାତକୁ ନେଇଛନ୍ତି । ନିଜେ ଅବିବାହିତ ହୋଇ ମଧ୍ୟ ବାପା ମା ଉଭୟ ଙ୍କର ଭାରକୁ ନିଜ କାନ୍ଧରେ ବୋହି ସେମାନ ଙ୍କୁ ସମାଜ ରେ ମଣିଷ ଭଳି ମଣିଷ ଟିଏ ଗଢିତୋଳିବାର କାର୍ଯ୍ୟ ଜାରିରଖିଛନ୍ତି ।

ଅଧୁନା ଅନେକ ସହର ର ଚାକଚକ୍ୟ ମଧ୍ୟରେ ରହି ନିଜର ଗାଁ ,ମା,ମାଟି ସାଥି ସହୋଦର କୁ ଭୁଲିଯାନ୍ତି । ଏହାର ବ୍ୟତିକ୍ରମ ସାମନ୍ତ ସାର୍ ସମ୍ମାନସ୍ପଦ ପଦପଦବୀ ରେ ଥାଇ ,ଅନେକ ଗୁରୁଦାୟିତ୍ଵ ରେ ଜଡ଼ିତ ଥିଲେ ମଧ୍ୟ ଜନ୍ମମାଟି କୁ ଭଲ ପାଉଥିବା ଦରଦୀ ମଣିଷ ଟିଏ । ନିଜ ଗାଁ ରେ ସହର ର ସମସ୍ତ ସୁବିଧା ,ନିଜର ଗ୍ରାମ କୁ ଦେଶର ପ୍ରଥମ ସ୍ମାର୍ଟ ଭିଲେଜ୍ ଭାବେ ଗଢି ତୋଳିବା , ପିଲାମାନେ ଏହି ଗ୍ରାମରେ ପଢିବା ପାଇଁ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ , ସାଥି ସହକର୍ମୀ ଙ୍କୁ ଅନାବିଳ ଭାବେ ଭଲପାଇବା ,ସେମାନଙ୍କର ଦୁଃଖ ସୁଖରେ ସାମାଜିକ କାର୍ଯ୍ୟରେ ସାମିଲ ହେବା ତାଙ୍କର ଜନମମାଟି କୁ ଭଲପାଇବା କୁ ସୂଚାଉଛି ।

ଡଃ .ଅଚ୍ୟୁତ ସାମନ୍ତ ସାର୍ ଜଣେ ବ୍ୟକ୍ତି ନୁହନ୍ତି ଗୋଟିଏ ଅନୁଷ୍ଠାନ । ଏତେଗୁଡିଏ ଅନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ସମାୟାନୁବର୍ତ୍ତିତା ତାଙ୍କ ଠାରୁ ଶିକ୍ଷଣୀୟ । କମ୍ କଥାରେ ସାରଗର୍ଭକ କଥା କହି ଅନ୍ୟମାନଙ୍କ ହୃଦୟ ଜିତିଥାନ୍ତି । ସରଳ ,ନିରାଡମ୍ବର ,ସାଧାରଣ ଜୀବନଚର୍ଯ୍ୟା, ପରକୁ ଆପଣାର କରିବାର ଗୁଣ ,ପରଦୁଃଖରେ ଦୁଃଖୀ ଏହି ବ୍ୟକ୍ତି ଜଣକ ନିଜର ଦାୟୀତ୍ଵ ବୋଧ ,କର୍ତ୍ତବ୍ୟପରାୟଣତା ରେ ସଦା ସର୍ବଦା ତତ୍ପର ।ଜଣେ ସମଦର୍ଶୀ ସମୟାନୁବର୍ତ୍ତୀ,ଛାତ୍ରବସ୍ହଳ,ଦୂରଦ୍ରଷ୍ଟା,ଦିଗଦ୍ରଷ୍ଟା, ସଫଳ ବ୍ୟକ୍ତି ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି |ସମୟ ସ୍ରୋତରେ ଗତିଶୀଳ ହୋଇ ସଫଳତାର ଶୀର୍ଷ ସ୍ପର୍ଶ କରିଥିଲେ ମଧ୍ୟ ଅତୀତକୁ କେବେ ଭୂଲିନାହାନ୍ତି |

ଅତୀତ କଥାକୁ ଭୁଲିନଯାଇ , କୃତଘ୍ନ ନହୋଇ କୃତଜ୍ଞ ରହିବା ପାଇଁ ପରାମର୍ଶ ପ୍ରେରଣାଦାୟୀ । ଏହିଭଳି ଜଣେମହାନ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଙ୍କୁ କୋଟି କୋଟି ପ୍ରଣାମ। ଯଥାର୍ଥରେ ଗୁରୁ ଯେ ମଳୟ ପବନ । କାଠ କୁ କରନ୍ତି ଚନ୍ଦନ ।। ଗୁରୁ ହିଁ କେବଳମ୍ ଗୁରୁ ହିଁ କେବଳମ୍।

                                                                                                                                                                                   ଛାତ୍ର ଇଂ.ରାଜଶେଖର ଲାହା

Related posts

ଭୁବନେଶ୍ୱର:  ୯୩ କ୍ୱାରେଣ୍ଟାଇନରୁ ୩୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews

ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

mahabharatanews