ଓଡିଶାରାଜନୀତି

୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ , ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ସୁନୀଲ ବଂଶଲଙ୍କ ଉପସ୍ଥିତିରେ କୋର୍ କମିଟିରେ ବୈଠକ ବସିଥିଲା।

ବୈଠକରେ ଆଗାମୀ ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଗଲା।ପୁରୀରେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପ୍ରଶିକ୍ଷଣ ଶିବିର ହେବ। ରାଜ୍ୟର ୩୭ ହଜାର ବୁଥ୍‌କୁ ତୃଣମୂଳ ସ୍ତରରୁ ମଜଭୁତ କରାଯିବ। ବିଜେପି ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବ ବୋଲି ବୈଠକରେ ଆଲୋଚନା କରିଥିଲେ।

ଏହି କୋର କମିଟି ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିବା କହିବା ସହିତ ଜେ.ପି ନଡ୍ଡା ୨୯ ତାରିଖରେ ଓଡ଼ିଶାରେ ଆସି ପହଞ୍ଚିବେ କଥା ବି କହିଥିଲେ ।

୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ । ଏହି କୋର କମିଟି ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ସମ୍ବଲପୁର ଆକ୍ରମଣ ଘଟଣା: ୧୯ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

mahabharatanews

ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ଗରଡିଆ ଏବଂ ବିଭୁତି ଭୂଷଣ ଗରଡିଆ 

mahabharatanews

‘ଦକ୍ଷତା ବୃଦ୍ଧି ମାନପତ୍ର ଚାକିରି କ୍ଷେତ୍ରରେ ସୁବିଧା ଆଣିଦେବ’

mahabharatanews