ଓଡିଶାପ୍ରଯୁକ୍ତିବିଦ୍ୟା

ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

ଦେଓଗଡ଼:   ଆମେ ପାଠପଢ଼ାରେ ହଇରାଣ ହେଉଛି। ଆମକୁ ଶିକ୍ଷକ ଦିଅ। ନ ହେଲେ ସ୍କୁଲ ତାଲା ଖୋଲିବନି। ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ।  ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀମାନେ ।  ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଏହି ଅନ୍ଦୋଳନରେ ସାମିଲ ହୋଇଛନ୍ତି। ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମଳେହୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି। ସୂଚନାନୁସାରେ ,  ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ପାଠପଢ଼ାଇବା

ନିମନ୍ତେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଫଳରେ ପ୍ରତିଶ୍ରେଣୀର ଛାତ୍ରଛାତ୍ରୀମାନେ ଠିକ୍ ଭାବେ ପାଠପଢ଼ି ପାରୁନି। ଶିକ୍ଷକ ଅଭାବରୁ ଗୋଟିଏ କ୍ଲାସରୁମରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢାଯାଉଛି। ଶିକ୍ଷକ ନିଯୁକ୍ତି ପାଇଁ ପ୍ରଶାସନ ପାଖରେ ବାରମ୍ୱାର ଦାବି ହେଉଥିଲେ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଇଛି। ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ‌୍‍ରେ ତାଲା ପକାଇ ପ୍ରତିବାଦ କରୁଛନ୍ତି। ୨ ଜଣ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରକାଶ କରିଛନ୍ତି।ଅନ୍ୟପଟେ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା କମ ଥିବା ଶିକ୍ଷା ବିଭାଗ ଅଧିକାରୀ ସ୍ୱୀକାର କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରାଯିବ କହିଛନ୍ତି।

ଏନେଇ ସପ୍ତମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ସ୍ୱାଇଁ କହିଛନ୍ତି, ଶିକ୍ଷକ ଅଭାବ ଯୋଗୁ ସ୍କୁଲରେ ପାଠପଢ଼ା ଠିକ୍ ଭାବେ ହୋଇପାରୁ ନ ଥିବାରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଶିକ୍ଷକ ଦେବା ଦାବିରେ ସେମାନେ ଧାରଣାରେ ବସିଛନ୍ତି। ପ୍ରଧାନଶିକ୍ଷକ ସଦାନନ୍ଦ ସାହୁ କହିଛନ୍ତି, ମାତ୍ର ୪ ଜଣ ଶିକ୍ଷକ ଥିବାରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀରେ ବସି ପାଠପଢ଼ୁଛନ୍ତି। ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ପ୍ରଶାସନ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Related posts

କାଳ ବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ଘର, ଜଣେ ଗୁରୁତର

mahabharatanews

ବିଧାୟକ ଉମାକାନ୍ତଙ୍କ ଦ୍ୱାରା ୫୮୦ ନୂତନ ରାଶନ କାର୍ଡ ପ୍ରଦାନ

mahabharatanews

୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ରକ୍ତଦାନ ଶିବିର

mahabharatanews