ଓଡିଶା

ଜିଲ୍ଲାସ୍ତରୀୟ ନୂଆଖାଇ ଭେଟ ଘାଟ ପାଳିତ

କେନ୍ଦ୍ରାପଡା: ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କେନ୍ଦ୍ରାପଡା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇଥିଲେ। ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ବଳିଆର ସିଂ, ପିତାମ୍ବର ସାମଲ, ଦୁର୍ଗାପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜୟଶ୍ରୀ ପତି ପରିଚାଳନା କରିଥିଲେ। ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ରୟାଲ ଡ୍ୟାନ୍ସ ଏକାଡେମୀ, ଭାବଗ୍ରାହୀ କଲା ନିକେତନ, ପାୟଲ ମ୍ୟୁଜିକ ସ୍କୁଲ, ସାଇନାଥ କଳା ପରିଷଦ, ପିଣ୍ଟୁ ମ୍ୟୁଜିକ ସ୍କୁଲଙ୍କ ସମେତ କେନ୍ଦ୍ରାପଡାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଭାଗ ନେଇଥିଲେ।

Related posts

ଲକଡାଉନରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୟ ସରକାର ଆର୍ଥିକ ସାହାଯ୍ୟ ଦେବାକୁ ଦାବୀ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବଢିଛି ; ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଅଧିବେଶନର ପ୍ରଥମ ଦିନ: ଭିଡିଓ କନଫେରେନ୍ସଂରେ ମୁଖ୍ୟମନ୍ତ୍ରୀ

mahabharatanews