ଓଡିଶା

ଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସଦା ସର୍ବଦା ନିରନ୍ତର ପ୍ରୟାସ ଚାଲୁ ରଖିବା ସହ କାର୍ୟ୍ୟ ଜାରି ରଖିଛି ଓଡିଶା ଅଭିଭାବକ ମହାସଂଘ। ରାଜ୍ୟରେ ତିନି ବର୍ଷର ସମସ୍ତ ପିଲା ପାଠ ପଢିବେ, ଅଧାରୁ ପାଠ ପଢ଼ା ଛାଡୁଥିବା ସବୁ ପିଲାମାନେ ପୁଣି ସ୍କୁଲକୁ ଫେରି ପାଠ ପଢିବେ, ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ମାଇଗ୍ରେସନ ଯୋଗୁ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବାର ପର୍ୟାପ୍ତ ବ୍ୟବସ୍ଥା, ନିରକ୍ଷର ଥିବା ପ୍ରାପ୍ତ ବୟସ୍କ ସମସ୍ତ ବ୍ୟକ୍ତି ସାକ୍ଷର ହୋଇ ଅନ୍ତତଃ ପକ୍ଷେ ସାଧାରଣ ଭାବେ ଖବରକାଗଜ ଓ ବହି ପଢି ପାରିବେ ଯାହା ଫଳରେ ସମସ୍ତ ଘଟଣା ସଂକ୍ରାନ୍ତରେ ଅବଗତ ହୋଇ ପାରିବେ। ଏହି ଉଦେଶ୍ୟ କୁ ନେଇ ରାଜ୍ୟରେ ସାକ୍ଷର ପାଇଁ ମହାସଂଘ କାର୍ୟ୍ୟ କରିବ। ଯେହେତୁ ଖୋର୍ଦ୍ଧା ଜିଲ୍ଲାରେ ରାଜଧାନୀ ଭୁବନେଶ୍ୱର ରହିଛି, ତେଣୁ ଖୋର୍ଦ୍ଧା ଜିଲ୍ଲାକୁ ସର୍ବ ପ୍ରଥମେ ସମ୍ପୂର୍ଣ ସାକ୍ଷର କରି ଉଦାହରଣ ସୃଷ୍ଟି କରି ପରବର୍ତୀ ସମୟରେ ରାଜ୍ୟସାରା ଏହି ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ମହାସଂଘର ପ୍ରୟାସ ସାରା ରାଜ୍ୟକୁ ସମ୍ପୂର୍ଣ ସକ୍ଷକ୍ଷର କରିବା। ଏହି କ୍ରମରେ ଆମେ ଖୋର୍ଦ୍ଧା ଜିଲ୍ଲାକୁ ମିଶନ ମୋଡ଼ରେ ସମ୍ପୂର୍ଣ ସାକ୍ଷରତା ଅଭିଯାନ କାର୍ୟ୍ୟକ୍ରମ ମହାସଂଘ ହାତକୁ ନେଇଛି। ଏହି ଅଭିଜକ୍ଷନରେ ରୋଟାରି କ୍ଲବ, ସ୍ଥାନୀୟ ଯୁବକ ସଙ୍ଘ, ଶିକ୍ଷକ ସଂଘ, ବସ୍ତି କମିଟି, ମନ୍ଦିର କମିଟି, ଭୁବନେଶ୍ୱର ଓକିଲ ସଙ୍ଘ, ଅବସରପ୍ରାପ୍ତ ଶିକ୍ଷକ, ଗ୍ରାମ୍ୟ କମିଟି, ବଜାର କମିଟି, ଶିକ୍ଷାବିତ, ସରକାରୀ ସ୍କୁଲ ଆଲୁମୁନି, ଡ୍ରାଇଭର ମହାସଙ୍ଘ, ନିର୍ବାଚିତ ଲୋକପ୍ରତିନିଧି, ସବୁ ବର୍ତମାନର ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, କର୍ପୋରେଟର, ପୂର୍ବତନ କର୍ପୋରେଟର, କ୍ରିକେଟ ଟିମ, ଓମଫେଡ ସଙ୍ଘ ପରି ବହୁତ ସଂଘଠନ ଓ ବ୍ୟକ୍ତି ବିଶେଷମାନଙ୍କୁ ଏହି କାର୍ୟ୍ୟକ୍ରମରେ ମହାସଂଘ ସାମିଲ କରିବ। ଆଜି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ବରିଷ୍ଠ ଉପାଧ୍ୟକ୍ଷ କାର୍ତ୍ତିକ ସାହୁ, ଭୁମୋହନ ପଟନାୟକ, ସତ୍ୟଜିତ ଦାଶ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

Related posts

ଝିଅ ପାଇଁ ବାପା ପାଇଲା ନୂଆ ଜୀବନ

mahabharatanews

ଲଗାତାର ସ୍ଥାନ ପରିବର୍ତ୍ତନ କରୁଛି ମହାବଳ

mahabharatanews

୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

mahabharatanews