ଓଡିଶା

ଲଗାତାର ସ୍ଥାନ ପରିବର୍ତ୍ତନ କରୁଛି ମହାବଳ

(ରାୟଗଡ଼ା) : ଦିନକୁ ଦିନ ହିଂସ୍ର ହେବାକୁ ଲାଗିଛି ରାୟଗଡ଼ା ଜିଲ୍ଲାରେ ପଶିଥିବା ମହାବଳ ବାଘ । ଲଗାତାର  ସ୍ଥାନ ପରିବର୍ତ୍ତନ କରୁଛି। ଗତ କିଛି ଦିନ ମଧ୍ୟରେ ବାଘର ଗତିବିଧି ତଥା ହାବଭାବରେ ଅନେକ ପରିବର୍ତ୍ତନ ହୋଇଛି। ଦିନରେ ଆଦୌ ଚଳପ୍ରଚଳ କରୁନାହିଁ। ରାତି ହେଲେ ମାଇଲ ମାଇଲ ବାଟ ଅତିକ୍ରମ କରୁଛି। ଶିକାର ଶୈଳୀରେ ବି ପରିବର୍ତ୍ତନ ଚିନ୍ତାକୁ ବଢ଼ାଇଛି।

ସୂଚନାନୁଯାୟୀ , ଦୁଇ ସପ୍ତାହ ହେଲା ଗୁଡ଼ାରି, ପଦ୍ମପୁର ଏବଂ ଗୁଣପୁର ଜଙ୍ଗଲରେ ବାଘ ବୁଲୁଛି। ପାଦଚିହ୍ନକୁ ବନ ବିଭାଗ କର୍ମଚାରୀ ପିଛା କରୁଥିଲେ ବି ବାଘ ନିକଟରେ ପହଞ୍ଚି ପାରୁନାହାନ୍ତି। ତେଣୁ ଗତିବିଧିକୁ ଅନୁଧ୍ୟାନ କରିବାରୁ ଦିନରେ ସୁରକ୍ଷିତ ସ୍ଥାନ ଦେଖି ବାଘ ଲୁଚି ରହିବା ସହ ବିଶ୍ରାମ ନେଉଛି। ରାତି ଅନ୍ଧାରରେ ଶିକାର ଖୋଜୁଛି। ଦୁଇ ଦିନ ତଳେ ପଦ୍ମପୁର ଅଞ୍ଚଳର ରାଉତରଙ୍ଗା ଏବଂ ଆଣ୍ଡରୁଗୁଡ଼ା ଗ୍ରାମ ନିକଟରୁ ବାଘର ପାଦଚିହ୍ନ ମିଳିଥିଲା। ଏହାପରେ ଗତକାଲି ରାତିରେ ଗୁଡ଼ାରୀ ବ୍ଲକ ତେମ୍ବାଗୁଡ଼ା ଗାଁର ଗୋଟିଏ ବାଛୁରି ଶିକାର କରିଥିଲା। ଆଜି ସକାଳେ ବାଛୁରି ଶରୀରର କିଛି ଅଂଶ ଗାଁ ପାଖ ଜଙ୍ଗଲରେ ମିଳିଛି ।

Related posts

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

mahabharatanews

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews

୨୦ ଫୁଟ ତଳକୁ ଖସିଲା ବସ, ୪ ଆହତ

mahabharatanews