ଅପରାଧଓଡିଶା

ଡିସିପି ଅଫିସ ଆଗରେ ଆଲବମ ଅଭିନେତ୍ରୀ

୧୦ ଦିନର ଛୁଆକୁ ଧରି କରୁଛନ୍ତି ନ୍ୟାୟ ଭିକ୍ଷା

ଭୁବନେଶ୍ୱର: ଡିସିପି ଅଫିସ ଆଗରେ ୧୦ ଦିନର ଛୁଆକୁ ଧରି ଆଲବମ ଅଭିନେତ୍ରୀ ଶ୍ୱେତା ମହାପାତ୍ର ନ୍ୟାୟ ଭିକ୍ଷା କରୁଛନ୍ତି। ଅଭିନେତ୍ରୀ ଜଣଙ୍କ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ ଦୁଇ ଦୁଇ ଥର ଏତାଲା ଦେବା ସତ୍ତେ୍ୱ ପୁଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନଥିବାର ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତେ୍ୱ ଥାନାରୁ ନିରାଶ ହେବା ପରେ ଅଭିନେତ୍ରୀ ଜଣଙ୍କ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ସ୍ୱାମୀ ବ୍ୟବସାୟୀ ହୋଇଥିବାରୁ ପୁଲିସକୁ ହାତ କରି ଘଟଣାକୁ ଚପାଇବାକୁ ଉଦ୍ୟମ କରୁଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ଶ୍ୱେତା ଏକାଧିକ ଆଲବମ, ସର୍ଟ ଫିଲ୍ମ କରିଛନ୍ତି। ଏଥିପାଇଁ ବିବାହ ପୂର୍ବରୁ ତାଙ୍କ ଆଲବମ ଓ ଫିଲ୍ମ ଲାଗି ଫାଇନାସ କରୁଥିଲେ। ଗତ ୨୦୧୭ରେ ଉଭୟଙ୍କ ମଧ୍ୟରେ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ହେଲେ ବ୍ୟବସାୟୀ ଜଣଙ୍କ ବିବାହିତ ବୋଲି ଶ୍ୱେତା ଜାଣିବାକୁ ପାଇଥିଲେ। ସେବେ ଠାରୁ ତାଙ୍କୁ ଧମକଚମକ ସହିତ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ବିରାଟ ମହାପାତ୍ର ସ୍ତ୍ରୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Related posts

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

mahabharatanews

ରାଇରଙ୍ଗପୁରରେ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ

mahabharatanews

କରୋନା ପାଇଁ ସଂଘର୍ଷ ଜାରି ରଖିଛି ହିଂଜିଳି ପୋଲିସ

mahabharatanews