ଓଡିଶାସ୍ୱାସ୍ଥ୍ୟ

୬୫ ବର୍ଷ ବୟସରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ବନମାଳୀ ବାରିକଙ୍କ ପରଲୋକ

ବାସୁଦେବପୁର: ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକଙ୍କ  ହୃଦଘାତରେ  ପରଲୋକ ।  ଏ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକଗୁଆ ଗଡିଆ ପଞ୍ଚାୟତ ଚିରୋଳରେ । ସେ ଥିଲେ  ସମାଜର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ । ମୃତ୍ୟୁ ବେଳକୁ ତାଙ୍କର ୬୫ ବର୍ଷ ବୟସ ହୋଇଥିଲା  । ଗତକାଲି ରାତିରେ ନିଜ ଘର  ଚିରୋଳରେ ଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକମାନେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି ।

ସୂଚାନୁସାରେ , ବନମାଳୀ ବାରିକ ପ୍ରଥମେ ପ୍ରଜାତନ୍ତ୍ର ଖବର କାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ । ପରେ ସମାଜରେ ଆଜି ପର୍ଯ୍ୟନ୍ତ ସାମ୍ବାଦିକତା କରୁଥିଲେ । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକତା କରି ଆସୁଥିଲେ । ସେ କେବଳ ଯେ ସାମ୍ବାଦିକ ଥିଲେ ତାହା ନୁହେଁ  ଜଣେ ସାହିତ୍ୟିକ ମଧ୍ୟ  ଥିଲେ। ବିଭିନ୍ନ ସଂଗଠନର ଜଡିତ ରହିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାସୁଦେବପୁର ପ୍ରେସ କ୍ଳବର ସମସ୍ତ ସାମ୍ବାଦିକ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

 

 

Related posts

ଉଚ୍ଛେଦ ହେଲା ଜବରଦଖଲ ଜମି

mahabharatanews

ଘରେ ପଶି ଦୁର୍ବୃତଙ୍କ ତୁମୁଳକାଣ୍ଡ

mahabharatanews

ଆସନ୍ତାକାଲି ଓଡିଶାର ୧୨ଟି ସ୍ତାନରେ ହେବ ମକଡ୍ରିଲ

mahabharatanews