Accidentଓଡିଶା

ପୋଲିସ ଗାଡ଼ି କୁ ପଛପଟୁ ଧକ୍କା ଦେଲା କାର ; ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର: ପୋଲିସ ଗାଡ଼ିକୁ ମୁହଁ ମୁହିଁ ଧକ୍କା ଦେଲା କାର , ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ଯାତ୍ରୀ ଆହତ । ଏ ଘଟଣା ଘଟିଛି ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ । ସୂଚନାନୁସାରେ , ବୋଲେରୋ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା ଆଉ ଗୋଟିଏ କାର୍‌ । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି କଟକ ଏସସିବି ।ଏକ ବୋଲେରୋରେ ମୟୂରଭଞ୍ଜ ଜିଲ୍ଲାର ୭ ଜଣ ଯାତ୍ରୀ ପୁରୀ ଯାଉଥିଲେ । ଏତିକିବେଳେ ମଙ୍ଗରାଜ ପଏଣ୍ଟ ନିକଟରେ ଟ୍ରକ୍‌ ସହ ବୋଲେରୋର ଧକ୍କା ହୋଇଥିଲା । ଖବର ପାଇଁ ଆହତଙ୍କୁ ଉଦ୍ଧାର ପାଇଁ ଯାଇଥିଲା ମଞ୍ଚେଶ୍ୱର ଥାନା ପୋଲିସ । ଉଦ୍ଧାର କାମ ଚାଲିଥିବା ବେଳେ ପୋଲିସ ଗାଡ଼ିକୁ ପଛ ପଟରୁ ଆଉ ଗୋଟିଏ କାର୍‌ ଧକ୍କା ଦେଇଥିଲା । ଯାହା ଫଳରେ ଜଣେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ଯାତ୍ରୀଙ୍କୁ ଆଘାତ ଲାଗିଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି କର କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

 

 

Related posts

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews

ରାଜ୍ୟରେ ସ୍ମାର୍ଟ ଓୟେରେ ହେବ ଲାଇସେନ୍ସ କାମ, ଆଉ ଆରଟିଓରେ ଲାଗିବନି ଭିଡ

mahabharatanews

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

Leave a Comment