ଓଡିଶାଦୁର୍ଘଟଣା

ବସ ଦୁର୍ଘଟଣାରେ  ବାଇକ ଆରୋହୀ ମୃତ, ଜଣେ ଗୁରୁତର

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର। ଏଭଳି ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପଦ୍ମପୁର ବଜାର ନିକଟ ଜଗନ୍ନାଥ ବଜାରରେ। ଗତ ସଂଧ୍ୟାରେ କଟକ ଅଭିମୁଖେ ଯାଉଥିବା “ଚନ୍ଦନ” ନାମକ ଏକ ଘରୋଇ ବସ କୁ ପଛପଟୁ ଏକ ବାଇକ ଆରୋହୀ ଓଭରଟେକ୍ କରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକ ପଛରେ ପିଟିଲା ବସ୍। ତେଣୁ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ମୃତ ବାଇକ ଆରୋହୀ ଜଣକ ଜଗତପୁର ଥାନା ପ୍ରଧାନପଡା ଗାଁ ର ରବୀନ୍ଦ୍ର ସେଠୀ। ଘଟଣା ସ୍ଥଳରେ  ଜଗତପୁର ପୋଲିସ ପହଞ୍ଚି ମୃତ ରବୀନ୍ଦ୍ର ସେଠି ଓ ଗୁରୁତର ଜଣକୁ କଟକ ପଠାଇ ବସ ଓ ବାଇକକୁ ଜବତ କରିଛି। ଦୀର୍ଘ ସମୟ ଧରି ଘଟଣାସ୍ଥଳରେ  ଉତ୍ତେଜନା ପ୍ରକାଶ ପାଇଥିଲା।

Related posts

୨୦ରେ ଗଣପର୍ବ ନୂଆଁଖାଇ 

mahabharatanews

କାର୍ଯ୍ୟରେ ଅବହେଳା ପାଇଁ ୪ ଆରପିଏଫ କର୍ମଚାରୀ ନିଲମ୍ବିତ

mahabharatanews

ସେଲଫି ନେବାକୁ ଯାଇ ଯୁବକ ଗୁରୁତର

mahabharatanews