ଓଡିଶା

କେନ୍ଦୁଝର ଜିଲ୍ଲାକୁ ନୀତି ଆୟୋଗର ପ୍ରଶଂସା

କେନ୍ଦୁଝର: ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲାର । ସୂଚନାନୁସାରେ; କୋଭିଡ୍ ସମୟରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ ପ୍ରସ୍ତୁତ କରି କେଉଁଝର ଖାଦ୍ୟବଣ୍ଟନକୁ ପ୍ରଶଂସା କରିଛି ଆୟୋଗ।୨୦୨୦ ଜୁଲାଇ କୋଭିଡ୍ ସମୟରେ କେଉଁଝର ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ୩-୬ ବର୍ଷର ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଥିଲା।

ଶିଶୁମାନଙ୍କୁ କୁପୋଷଣରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେଉଁଝର ଏଭଳି ନିଷ୍ପତ୍ତି ନେଇଥିଲା। ଶିଶୁଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଉତ୍ତମ ପଦକ୍ଷେପ ନେଇଥିଲା। ଯାହାକି ଶିଶୁମାନଙ୍କ ମଧ୍ୟରେ କୁପୋଷଣା ଦୂର କରିବାରେ ସାହାଯ୍ୟ କରିବା ସହ କେଉଁଝର ଆଦିବାସୀମାନଙ୍କର ପୁରୁଣା ସଂସ୍କୃତିଗତ ଖାଦ୍ୟ ପ୍ରକ୍ରିୟାକୁ ଉଜ୍ଜିବୀତ କରିଛି।

ତା ସହ ଏଭଳି ନିଷ୍ପତ୍ତି ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ରୋଜଗାର ବଢାଇବା ଦିଗରେ ସହଯୋଗ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। କେଉଁଝର ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ବାଜରା ଜାତୀୟ ଖାଦ୍ୟକୁ ସାମିଲ କରିଛି। ଯାହା ଐତିହାସିକ ପଦକ୍ଷେପ ବୋଲି ରିପୋର୍ଟରେ କୁହାଯାଇଛି।

 

Related posts

ମୁଣ୍ଡୁଳିରେ ଆଜି କମିପାରେ ଜଳସ୍ତର 

mahabharatanews

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews

କୁଳିଦାରେ ନିଆରା ଢଙ୍ଗରେ, ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

mahabharatanews