ଓଡିଶାଦୁର୍ଘଟଣା

ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ…

ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ। ଆଜି ଦିନ ପ୍ରାୟ ୧୧ଟା ବେଳେ ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛି। ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଆରପିଏଫ, ଜିଆରପି, ଝାରସୁଗୁଡ଼ା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣରେ ଲାଗିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ସମଗ୍ର ଷ୍ଟେସନର ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି କଣ ହୋଇଛି ଜଣା ପଡ଼ିପାରିନାହିଁ। ସେପଟେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ବୈଦ୍ୟୁତିକ ଯୋଗାଯୋଗ ଠିକ ନହେବା ଯାଏ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ସୂଚନା ମିଳିଛି।

 

Related posts

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ବସ୍ ଓଲଟି ୧୦ ଯାତ୍ରୀ ଆହତ

mahabharatanews

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା

mahabharatanews