ଅପରାଧଓଡିଶା

ପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ

ଗଞ୍ଜାମ: ବ୍ରହ୍ମପୁର ପୁଲିସ ପକ୍ଷରୁ ଏକ ଗହଣା ଲୁଟେରା ଗ୍ୟାଙ୍ଗକୁ ଠାବ କରାଯାଇଛି। ଗ୍ୟାଙ୍ଗର ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ବ୍ରହ୍ମପୁର ସହରର ସୋମନାଥ ନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ସେପ୍ଟେମ୍ବର ୧ ତାରିଖ ରାତିରେ ନଗଦ ୧୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୬ ଶହ ଗ୍ରାମର ସୁନା ଅଳଙ୍କାର ଚେରି ହୋଇଯାଇଥିଲା। ସେହିପରି ସେପ୍ଟେମ୍ବର ୫ ତାରିଖ ମଧ୍ୟ ରାତ୍ରୀରେ ତୁଳସୀ ନଗର ସପ୍ତମ ଲାଇନର ସତ୍ୟନାରାୟଣ ପାଢୀଙ୍କ ଘରୁ ନଗଦ ୫ ହଜାର ଟଙ୍କା ସହ ୫ ଶହ ଗ୍ରାମର ରୂପା ଚୋରି ହୋଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତିମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ସମ୍ପୃକ୍ତ ଘଟଣାର ତଦନ୍ତ କରାଯାଇ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୪ ଜଣ ଚୋର ହୋଇଥିବାବେଳେ ୩ ଜଣ ସୁନାରୀ ଓ ଜଣେ ନାବାଳକ ରହିଛନ୍ତି। ଗିରଫ ହୋଇଥିବା ୪ ଜଣ ବ୍ୟକ୍ତି ହେଲେ ମୋଚି ସାହିର ଏସକେ ସାକିର, ଏସକେ ଇମ୍ରାନ, ଭୀମରାଓପେଟା ସାହିର ଏସକେ ଜାକିର ଏସକେ ନୂର ବୋଲି ଜଣାପଡିଛି। ସେହିପରି ସୁନା କିଣିଥିବା ୩ ସୁନାରୀ ହେଲେ ଗାନ୍ଧୀନଗର ଅଷ୍ଟମ ଲାଇନର ଏନ ଅରୁଣ କୁମାର, ପଞ୍ଚୁ ଦଳସାହିର କେ ନାରାୟଣ ରାଓ ଆଚାରୀ ଏବଂ ରଙ୍ଗଣୀ ବନ୍ଧ ସାହିର ଭି. ସାଇରାମ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ଠାରୁ ୪୦ ଗ୍ରାମ ଓଜନର ସୁନା ବିସ୍କୁଟ, ୨୦ ଗ୍ରାମ ଓଜନର କଏନ, ୧୯.୧୬ ଗ୍ରାମର ଜିଗିର ଲକେଟ, ଏକାଧିକ ଚେନ, ହାର, ମୁଦି ରହିଛି। ସୁଲୋଚନାଙ୍କ ଘରୁ ପ୍ରାୟ ୫୯୨ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବାର ସେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କ ଠାରୁ ପାଖାପାଖି ୩ ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି। ବଳକା ସୁନା ଅଳଙ୍କାର ଜବତ କରିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଥିବା ଏସପି ବ୍ରିଜେଶ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related posts

ଓଡ଼ିଶା ଉପରେ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ

mahabharatanews

ଇଭିଏମ୍ ଖରାପ ଯୋଗୁଁ ମତଦାନ କେନ୍ଦ୍ରରେ ପ୍ରବଳ ଭିଡ଼

mahabharatanews

ଗତ ୨୪ଘଣ୍ଟାରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ

mahabharatanews