ଅପରାଧଓଡିଶା

ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

ଅନୁଗୋଳ: ପୋଲିସ କୁ ମିଳିଛି ବଡ ସଫଳତା । ସ୍କୁଟିରେ ଚାଲିଥିବା ବ୍ରାଉନସୁଗାର ବେପାର । ଯାହାକୁ ଧରିବାରେ ସଫଳ ହୋଇଛି ଅବକାରୀ ଟିମ। ଏ ଘଟଣା ଘଟିଛି ଜିଲ୍ଲାରେ । ଅଭିଯୁକ୍ତ ମାନେ ହେଲେ ଝିଲି ସାହୁ ଓ ପ୍ରଦ୍ୟୁମ୍ନ ସାହୁ। ସୂଚନାନୁସାରେ , ଝିଲି ସାହୁ ଓ ପ୍ରଦ୍ୟୁମ୍ନ ସାହୁ ନାଲକୋ ଅଞ୍ଚଳର। ନାଲକୋରୁ ତାଳଚେର ଆଡ଼କୁ ସ୍କୁଟିରେ ଲୁଚାଇ ନେଉଥିଲେ ବ୍ରାଉନସୁଗାର। ଯାହାର ଖବର ପାଇଥିଲେ ଅନୁଗୋଳ ଅବକାରୀ ଟିମ ।

ଆଗରୁ  ସେହି ବାଟରେ ଛକି ବସିଥିଲା ଅବକାରୀ ଟିମ । ସେମାନେ ନାଲକୋରୁ ତାଳଚେର ଆଡ଼କୁ ଯାଉଥିବା ବେଳେ ଅବକାରୀ ଟିମକୁ ସନ୍ଦେହ ହେବାରୁ ସ୍କୁଟି ଅଟକାଇଥିଲେ। ଆଉ ସେ ସ୍କୁଟିଟିକୁ ଖୋଲିଲା ବେଳକୁ ବ୍ରାଉନସୁଗାର ଦେଖିବାକୁ ପାଇଥିଲେ । ବ୍ରାଉନସୁଗାର ପ୍ରାୟ ୧୪୦ ଗ୍ରାମ ଥିବା ଜଣାପଡିଛି । ।ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ । ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

Related posts

 ୪ ଇରାନୀ ନାଗରିକ ଗିରଫ

mahabharatanews

ପ୍ରଚାର ପ୍ରସାର ପାଇଁ ହାତ ଖୋଲିଛନ୍ତି : ଅଭିଯୋଗ ଉପରେ ପଡୁନି ଦୃଷ୍ଟି

mahabharatanews

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

mahabharatanews