ଓଡିଶା

ଜାତୀୟ ସେବା ଯୋଜନା ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତପାତ୍ର :  ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପତି ହୋଇଯାଇଛି। ଉଦଯାପନୀ ଦିବସରେ ଆଜି ସ୍ୱେଚ୍ଛାସେବୀମାନେ ବିଶ୍ୱବିଦ୍ୟାଳୟ ପରିସରକୁ ପଲିଥିନ ମୁକ୍ତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରିବା ସହ ଏକ ସଚେତନତା ରାଲିର ଆୟୋଜନ କରିଥିଲେ। ଶତାଧିକ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଲୋଗାନ ଦେଇ କ୍ୟାମ୍ପସ ପରିକ୍ରମା କରିବା ସହ ଆନନ୍ଦ ବଜାର ଏବଂ ଏହା ପାଖାପାଖି ବିଭାଗରେ ପଡିଥିବା ପଲିଥିନକୁ ସଫା କରିଥିଲେ। ଏନଏସଏସ ଓ ସ୍ୱେଚ୍ଛାସେବୀ ସଂଗଠନ ସାତଭିକ ସୋଲ ଫାଉନଡେସନ ମିଳିତ ସହୟତାରେ କ୍ୟାମ୍ପସ ପରିସରରେ ଏହି ପଲିଥିନ ମୁକ୍ତ ଅଭିଯାନ ଆୟୋଜନ କରାଯାଇଥିଲା।

ଏହି ଅବସରରରେ ସ୍ୱେଚ୍ଛାସେବୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦୋକନ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ପଲିଥିନ ନବ୍ୟବହାର କରିବା ପାଇଁ ଏକ ସତେଚନତା କାର୍ଯ୍ୟକ୍ରମ ଆୟୋଜନ ଆୟୋଜନ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀଙ୍କ ସହ ଗୋପାଳପୁର କଲେଜ, ଡୁରା କଲେଜ, ବ୍ରହ୍ମପୁର ସିଟି କଲେଜ ଓ ନରେନ୍ଦ୍ରପୁର କଲେଜର ପାଖାପାଖି ୨୫୦ ଜଣ ଏନଏସଏସ ଭଲ୍ୟୁଣ୍ଟିଅର ଯୋଗଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଚର ଜୟନ୍ତ କୁମାର ପଣ୍ଡା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ, ଡକ୍ଟର ଇକବାଲ ଅହମ୍ମଦ ଭଟ୍ଟ, ଅଲିତା ମିଞ୍ଜ ଙ୍କ ସହ ସାତଭିକ ସୋଲ ଫାଉନଡେସନ ପକ୍ଷରୁ ପଞ୍ଚାନନ ପ୍ରମୂଖ ଯୋଗ ଦେଇଥିଲେ।

Related posts

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସର ବିକ୍ଷୋଭ

mahabharatanews