ଓଡିଶା

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

(ବିକୟ କୁମାର କରୁଆ/ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଗାଲଫୁଲା ଗାଁକୁ ଆଜକୁ ଦୁଇବର୍ଷ ହେବ ୩ଟି ସାହିରେ ବିଜୁଳି ସଂଯୋଗ ହୋଇ ପାରିନାହିଁ । ହେବାକୁ ଯାଉଛି । ସୌଭାଗ୍ୟ ଜ୍ୟୋତି ଯୋଜନାରେ ବିପିଏଲ ପରିବାରକୁ ସରକାର ବିଦ୍ୟୁତ ସଂଯୋଗ ଯୋଗାଇ ଦେଉଥିବା ବେଳେ ଗାଲଫୁଲା ଗାଁର ଏହି ସାହି ଗୁଡିକରେ ୨୫ କେଭି ଟ୍ରାନ୍ସଫର୍ମର ବସିଛି । କିନ୍ତୁ ଏଥିରେ ତାର ସଂଯୋଗ ବିଦ୍ୟୁତ ଯୋଗାଣ ହୋଇପାରୁ ନାହିଁ । ସଂଯୋଗ । ଏନେଇ ଗାଁ ଲୋକେ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣଓଇବା ସ୍ୱତ୍ତେ କିଛି ସୁଫଳ ମିଳୁନାହିଁ । ଏଣୁ ଗାଁ ଲୋକେ ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ୩ଟି ସାହିର ସମସ୍ତ ପରିବାରକୁ ଶୀଘ୍ର ବିଜୁଳି ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି। ତେବେ ଦେଖିବାକୁ ଏହି ଗାଁକୁ କେବେ ବିଜୁଳି ସଂଯୋଗ ହେଉଛି ତାହା ଦେଖିବାକୁ ବାକି ରହିଲା ।

 

Related posts

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିବ ଧର୍ମାନୁଷ୍ଠାନ: ହାଇକୋର୍ଟ

mahabharatanews

ସୀମା ଟପିଲା ତାପମାତ୍ରା ; ସମ୍ବଲପୁରରେ ପାରଦ ୪୬.୧ ଡିଗ୍ରି

mahabharatanews

 ଗଡ଼ିଲା ଅଧାବାଟରେ ଅଟକି ଥିବା ରଥ

mahabharatanews