ଓଡିଶା

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଦିଲ୍ଲୀ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ

ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି। ଯାହା ଫଳରେ ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳରୁ ଦିଲ୍ଲୀ ଅଭିମୁଖେ କାରରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗୋପାଳପୁର ଛକରେ ଚଢାଉ କରିଥିଲା। ଗାଡି ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅବକାରୀ ବିଭାଗ ପକ୍ଷରୁ ସମ୍ପୃକ୍ତ ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ଗଞ୍ଜେଇ ଓ ଏକ କାରକୁ ମଧ୍ୟ ଜବତ କରାଯାଇଛି।

Related posts

ଶପଥ ଗ୍ରହଣ କଲେ ଦୁଇ ନୂତନ ବିଚାରପତି

mahabharatanews

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ସ୍ଥାନ ପାଇବ ମାଣ୍ଡିଆ

mahabharatanews