ଓଡିଶା

ଦାରିଙ୍ଗବାଡିରେ ରାସ୍ତା ସିଲ

ଗଞ୍ଜାମ / ରଜନୀକାନ୍ତ ପାତ୍ର : ରାସ୍ତା ସିଲ କଲା ପ୍ରଶାସନ। ଏ ଘଟଣା ଘଟିଛି   ଗଞ୍ଜାମ ଜିଲ୍ଲା ସୋରଡା ଥାନା ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ପଡିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ। ଯାହା ଫଳରେ ସୋରଡା-ଦାରିଙ୍ଗିବାଡ଼ିକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି।

ଉକ୍ତ ଅଞ୍ଚଳଟି ସମ୍ପୂର୍ଣ୍ଣ ବଣ ଜଙ୍ଗଲ ଘେରା ଘାଟି ହୋଇଥିବାରୁ ଅଧିକାଂଶ ସମୟରେ ବିପଦ ସଂକେତ ରହିଛି। ଗତ ଦୁଇ ତିନି ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଆଜି ଦିନ ତମାମ ସୋରଡା ଓ ଦାରିଙ୍ଗିବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଭୁସ୍ଖଳନ ହେବା ଆଶଙ୍କା କରାଯାଇଛି।

ଆଜି  ଦାରିଙ୍ଗିବାଡ଼ି ଘାଟିର ଚାରି ନମ୍ବର ବୁଲାଣି ରାସ୍ତା କଡରୁ ହାଠାତ୍ ମାଟି ଅତଡା ଖସି ଯାଇଥିବା ଜଣାପଡ଼ିଛି। ଘାଟିରେ ଯାତାୟାତ କରିବା ପାଇଁ ବିପଦ ରହିଥିବାରୁ ସୋରଡା ପ୍ରଶାସନ ଗାଜଲବାଡ଼ି ଠାରେ ରାସ୍ତାକୁ ଅବରୋଧ କରି ରଖିଛି। ଏବେ ଯାଏଁ ବର୍ଷା ଲାଗି ରହିଥିବାରୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ।

Related posts

ଗୋଦାବରୀଶ ମହାବିଦ୍ୟାଳୟରେ ୬୦ତମ ବାର୍ଷିକ ଉତ୍ସବ

mahabharatanews

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ନେଉଛି ନୂଆ ମୋଡ

mahabharatanews

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews