ଓଡିଶାରାଜନୀତି

ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ

ଖଣ୍ଡପଡା: ବିଶ୍ୱ ସ୍ତରରେ ସମ୍ମାନିତ ହୋଇଛନ୍ତି ଭାରତ ପାଇଁ ପ୍ରତିନିଧିତ୍ୱ କରି ଖଣ୍ଡପଡାର ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ । ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଲେଜିସ ଲେଟିଭ ଫେଲୋଜ ପ୍ରୋଗ୍ରାମ’ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ଯିଏ ଆଣିଦେଇଛନ୍ତି ପାଇଁ ଭାରତ ଗର୍ବ ଆଉ ଗୈାରବ । ଏହାସହିତ ତାଙ୍କ ପାଇଁ ପ୍ରଶଂସା ସାଉଁଟି ପାରିଛନ୍ତି । ଦକ୍ଷିଣ ଓ କେନ୍ଦ୍ର ଏସିଆ ମହାଦେଶରୁ ନିର୍ଦ୍ଧାରିତ ପ୍ରଶିକ୍ଷଣର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅଗଷ୍ଟ ୨୨ ରୁ ସେପ୍ଟମ୍ବର ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ୨୪ ଦିନିଆ ପ୍ରଶିକ୍ଷଣ । ଏହି କାର୍ଯ୍ୟକ୍ରମରେ ଭାରତରୁ ୬ ଜଣ ,ପାକିସ୍ତାନରୁ ୫ ଜଣ, ନେପାଳରୁ ୪ ଜଣଙ୍କୁ ମିଶାଇ ସମୁଦାୟ ୧୫ ଜଣ ଅଂଶ ଗ୍ରହଣ କରିଥିଲେ ।

ଭାରତରୁ ମନୋନୀତ ୬ ଜଣଙ୍କ ମଧ୍ୟରୁ ଖଣ୍ଡପଡାର ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ ଏମକାତ୍ର ଲୋକପ୍ରତିନିଧି ତଥା ରାଜନୈତିକ ବ୍ୟକ୍ତି ଭାବେ ଯୋଗଦେଇ ବିଶ୍ୱର ଅଗ୍ରଣୀ ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥା ,ସଂଶୋଧନ ,ଲୋକପ୍ରତିନିଧିଙ୍କ ଭୂମିକା ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ବିତର୍କରେ ଭାଗ ନେଇ ଭାରତ ସହିତ ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ ।

ରାଜନୀତିରେ ଅଭିଜ୍ଞତା ଓ କୈାଶଳ ଅବଲମ୍ବନ ପାଇଁ ଏବଂ ନିଜର ଦକ୍ଷତାକୁ ନେଇ ଉଭୟ ସିନେଟ୍ ଓ ହାଉସ ଅଫ୍ ରିପ୍ରେଜେଂଟିଭ ପକ୍ଷରୟ ପୃଥକ ଭାବେ ସଫଳ କର୍ମଜୀବୀ ଭାବେ ମାନପତ୍ର ସେ ଗ୍ରହଣ କରିଛନ୍ତି । ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ କରି ପୂର୍ବତନ ଅନୁଭବ ପଟ୍ଟନାୟକ ଭାରତ ତଥା ଓଡିଶାର ସର୍ବୋପରି ନିଜ ନିର୍ବାଚନ ମଣ୍ଡଳୀର ବହୁ ଶୁଭେଚ୍ଛଙ୍କ ପ୍ରଶଂସା ପାଉଛନ୍ତି ।

Related posts

୧ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

mahabharatanews

୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା 

mahabharatanews