ଓଡିଶା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ | ଅକ୍ଟୋବର-ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍ ପୂର୍ବରୁ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫଏଫ୍‌)ର ନୂଆ ସଭାପତି କଲ୍ୟାଣ ଚୌବେ ଏବଂ ସଂପାଦକ ସାଜି ପ୍ରଭାକରନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଓଡ଼ିଶା ଜର୍ସି ଦେଇ ଆପାୟିତ କରିଥିଲେ।

ଜାତୀୟ କ୍ରୀଡ଼ା ବିକାଶରେ ଓଡ଼ିଶାର ଅବଦାନ ନେଇ ଶ୍ରୀ ଚୌବେ ଓ ଶ୍ରୀ ପ୍ରଭାକରନ୍ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇଥି‌ଲେ। ଉଭୟ ମଧ୍ୟ କ୍ରୀଡ଼ା ସଚିବ ଆର. ଭିନିଲକ୍ରିଷ୍ଣାଙ୍କୁ ଭେଟିଥିଲେ। ତା’ ସହ କଳିଙ୍ଗ ଷ୍ଟାଡିୟମ୍ ଫୁଟ୍‌ବଲ୍ ପଡ଼ିଆ ଏବଂ ଏଠାରେ ଥିବା ଅନ୍ୟାନ୍ୟ ସୁବିଧା‌ସୁଯୋଗକୁ ବୁଲି ଦେଖିଥିଲେ। ଏହି ଅବସରରେ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀ ଚୌବେ ଓ ଶ୍ରୀ ପ୍ରଭାକରନ ଆଗାମୀ ସମୟରେ ଓଡ଼ିଶାରେ ଫୁଟ୍‌ବଲ୍ ବିକାଶ ନେଇ ବିସ୍ତୃତ ଆଲୋଚନା କରିଥିଲେ।

 

Related posts

ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷିବ !

mahabharatanews

ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମନ୍ତ୍ରୀ ପଦ୍ମିନୀ ଦିଆନ

mahabharatanews

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ ; ୨୧ରୁ ବର୍ଷା!

mahabharatanews