ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ ବଢିଛି :୨୫୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର :  ରାଜ୍ୟରେ ଦୈନିକ କରୋନା କମିଛି । କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୬, ବରଗଡ଼ରୁ ୪, ଭଦ୍ରକରୁ ୧, ବଲାଙ୍ଗୀର ଜିଲ୍ଲାରୁ ୫, ବୌଦ୍ଧରୁ ୪, କଟକରୁ ୧୬ ଜଣ, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୧, କନ୍ଧମାଳରୁ ୧୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୫, କୋରାପୁଟରୁ ୨, ମାଲକାନଗିରିରୁ୧, ମୟୂରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ୮, ନୟାଗଡ଼ ଜିଲ୍ଲାରୁ ୧୩ ଜଣ, ନୂଆପଡ଼ାରୁ ୪, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦ ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୪୦ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Related posts

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

mahabharatanews

କଣିହାଁ ଏନଟିପିସି ପକ୍ଷରୁ ଗାଁରେ ସାବୁନ ବଣ୍ଟନ କାର୍ଯ୍ୟକ୍ରମ

mahabharatanews

ଜୟପୁର ସ୍ଥିତ ଗ୍ଲୋକାଲ ହସ୍ପିଟାଲରେ ହେବ କୋରନା ରୋଗୀଙ୍କ ଚିକିତ୍ସା

mahabharatanews