ଓଡିଶା

କରୋନାରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ

(ଚିତ୍ତରଞ୍ଜନ ସାହୁ/ବରଗଡ): ମହାମାରୀ କରୋନାରେ ପ୍ରାଣ ହରାଇଥିବା ବରଗଡର ସାମ୍ବାଦିକ ପ୍ରିୟଦର୍ଶି ପଟ୍ଟନାୟକ ଏବଂ ସିଏଚ ରତ୍ନମଙ୍କ ଆତ୍ମାର ସଦଗତି ନିମନ୍ତେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ, ବରଗଡ ଶାଖା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅତାବିରା ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଏବଂ ସ୍ବତନ୍ତ୍ର ଅତିଥି ଭାବେ ଅତାବିରା ତହସିଲଦାର ହୃଦାନନ୍ଦ ଅର୍ଡା ଏବଂ ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ଉପସଭାପତି ଆଶୁତୋଷ ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ମହାମାରୀ ସମୟରେ ସମାଜ ପ୍ରତି ସାମ୍ବାଦିକମାନଙ୍କର ଅବଦାନ ଅତୁଳନୀୟ ବୋଲି କହିବା ସହ ନିର୍ଭିକତାର ସହ କରୋନାକୁ ଭୃକ୍ଷେପ ନକରି ସେମାନେ ନିଜର କର୍ତ୍ତବ୍ୟ ସଂପାଦନ କରୁଥିବାରୁ ଅତିଥିମାନେ ସାମ୍ବାଦିକମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ପ୍ରଧାନ, ଅଜିତ କୁମାର ପତି, ବେଣୁଧର ମିଶ୍ର, ଅନୁସୂୟା ଦେବତା ଏବଂ ଅରୁପ ସୁପକାରଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ସ୍ମୃତି ରକ୍ଷା ନିମନ୍ତେ ୫ଟି ଚାରା ରୋପଣ କରାଯାଇଥିଲା। ସଂଘର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ, ବରଗଡ ଜିଲ୍ଲା ଶାଖାର ଜଗବନ୍ଧୁ ସାହୁ, ଜନକରାମ ଦାଶ, ଆକାଶ ଦାଶ, ଭବାନୀ ଶଙ୍କର ପାଢୀ, ଦିଲ୍ଳିପ ଦାଶ, ସଂଜିବ ଲୁହା, ଚୈତନ୍ୟ ବାଗ, ବଳରାମ ତ୍ରୀପାଠୀ, ମହେଶ୍ୱର ମେଲ୍ଲୀ, ସଂଜୀବ ଜେସଓ୍ବାଲ କ୍ଷୀରୋଜ ସାହୁ ଧରଣୀଧର ବାରିକ ପ୍ରମୁଖ ତିରିଶ ଜଣ ସାମ୍ବାଦିକ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ପରମାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ ।

Related posts

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ଏକ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ, ୧ ଗିରଫ

mahabharatanews