ଓଡିଶା

ଇନ୍ଦ୍ରଜିତ ସେନଗୁପ୍ତଙ୍କ ହୃଦଘାତରେ ଦେହାନ୍ତ

ରାଇରଙ୍ଗପୁର / ସତ୍ୟନାରାୟଣ ପଲ : ରାଇରଙ୍ଗପୁରର ବରିଷ୍ଠ ଆଇନଜୀବି ଇନ୍ଦ୍ରଜିତ ସେନଗୁପ୍ତଙ୍କ ପରଲୋକ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ବାର ଆସୋସିଏସନ୍ର ବରିଷ୍ଠ ଆଇନଜୀବି ତଥା ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଆଇନଜୀବୀ ଭାବିବେ କାଜ୍ୟ କରୁଥିଲେ । ରାଇରଙ୍ଗପୁରର ଲିଙ୍କ ରୋଡ଼ ସ୍ଥିତ ତାଙ୍କ ଭଉଣୀଙ୍କ ବାସଭବନରେ ଖାଇପିଇ ବିଶ୍ରାମ ନେଉଥିବା ସମୟରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ଗୋରୁମହିଷାଣୀ ଅଂଚଳର ଜଣେ ବିଶିଷ୍ଟ ସମାଜସେବୀ,ପରୋପକାରୀ, ମେଳାପି, ମିଷ୍ଟଭାଷୀ,ଅମାୟିକ,ଦକ୍ଷ ଆଇନଜୀବୀ,ସର୍ବହରା ଖଣି ଶ୍ରମିକଙ୍କ ଦରଦୀଵନ୍ଧୁ,ଜଣେ ନି଼ଶୁ୍ଳ୍କ ଶିକ୍ଷକ ଯଦି ପେଶାରେ ଓକିଲ କିନ୍ତୁ ଗୋରୁମହିଷାଣୀ ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅବୈତନିକ ଶିକ୍ଷା ଦାନ କରନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।
ଖବର ପାଇ ଓକିଲ ଭାଇମାନେ ହସ୍ପିଟାଲରେ ପହଞ୍ଚିଥିଲେ ।ତାଙ୍କ ମର ଶରୀରକୁ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟରେ କିଛି ସମୟ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା । ସେଠାରେ ଓକିଲ ଭାଇମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଜଗନ୍ନାଥଙ୍କ ପାଖରେ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।ପରେ ମୋର ଶରୀରକୁ ତାଙ୍କର ବଡ଼ଭାଇ ରଣଜିତ୍ ସେନଗୁପ୍ତ ଗୋରୁମହିଷାଣୀକୁ ବାସଭବନକୁ ନେଇଯାଇଥିଲେ। ତାଙ୍କର ପତ୍ନୀ ଏବଂ ପୁଅ ଓ ଝିଅ ଦୁର୍ଗାପୁରରୁ ଆସି ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ଗୋରୁମହିଷାଣୀରେ କି ପୁରୀରେ କରାଯିବ ସିଦ୍ଧାନ୍ତ ନିଆଯିବ । ତାଙ୍କ ମୃତ୍ୟୁରେ ଗୋରୁମହିଷାଣୀ ଏବଂ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଇନ୍ଦ୍ର ଭାଇ ଚାଲିଗଲେ ।

Related posts

ମୟୁରଭଞ୍ଜ ଛୁଇଁଛି କରୋନା, ଜିଲ୍ଲାରେ ତିନି ପଜିଟିଭ

mahabharatanews

ସରିଲା ଖାତା ଦେଖା, ୧୬ରେ ପରୀକ୍ଷା ଫଳ

mahabharatanews

ଅନୁଷ୍ଠିତ ହେଲା ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

mahabharatanews