ଓଡିଶା

ସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହସ୍ତଶିଳ୍ପ ହେଉଛି ଏକ ଘରୋଇ ରୋଜଗାର ପନ୍ଥା । ଅଧିକାଂଶ ଲୋକେ ହସ୍ତତନ୍ତରୁ ହିଁ ପରିବାର ଚଳାଇଥାନ୍ତି । ହେଲେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଉନ୍ନତି ନଥିବାରୁ ପଶ୍ଚିମ ଓଡ଼ିଶାର ହସ୍ତଶିଳ୍ପ କଥା କେହି ଜାଣିପାରନ୍ତି ନାହିଁ । କିନ୍ତୁ ଆଜିକାଲି ଅନଲାଇନ ଯୁଗ ଓ ରାଜ୍ୟସରକାରଙ୍କ ପ୍ରଚାର ସହାୟତାରେ ସମ୍ବଲପୁରୀ ସାଢିର ଚାହିଦାରେ ବୃଦ୍ଧି ଘଟିଛି । କହିବାକୁ ଗଲେ କେବଳ ହାତବୁଣା ସମ୍ବଲପୁରୀ ସାଢି ଲୋକେ ପ୍ରାୟତଃ ବ୍ୟବହାର କରିଥାନ୍ତି । ହେଲେ ଏବେ ଡ଼ିଜାଇନର ସମିତ ଏହାକୁ ନୂଆ ରୂପ ଦେଇଛନ୍ତି ।

ସମ୍ବଲପୁର ମୋଦିପଡ଼ା ଅଂଚଳର ସମିତକର ସମ୍ବଲପୁରୀ କପଡାର ଡିଜାଇନ ଓ ବିଭିନ୍ନ ସଂସ୍କୃତିକୁ ନେଇ ଅନଲାଇନ ମାଧ୍ୟମରେ ରୋଜଗାର କରୁଛନ୍ତି । ତେବେ ସମ୍ବଲପୁରୀ କପଡାକୁ ନେଇ ନ୍ୟୁ ଲୁକ ଦେଇଛନ୍ତି ସମିତ । ବିଭିନ୍ନ ପ୍ରକାର ତକିଆ କଭର, ଟିସାର୍ଟ ଓ ଘରକରଣା ଜିନିଷ ତିଆରି କରିବା ସହ ନ୍ୟୁ ଜେନେରେସନଙ୍କ ପାଇଁ କମ୍ପ୍ୟୁଟର ମାଉସ ପ୍ୟାଡ ମଧ୍ୟ ତିଆରି କରୁଛନ୍ତି । ସମ୍ବଲପୁରର ଐତିହାସିକ ସ୍ଥଳୀ,ଦର୍ଶନୀୟ ସ୍ଥାନକୁ ମଧ୍ୟ ବିଭିନ୍ନ ସାମଗ୍ରୀରେ ସ୍ଥାନ ଦେଇଛନ୍ତି ସମିତ । ସମିତଙ୍କୁ ଏହି କାରବାରରେ ସାହାର୍ଯ୍ୟ କରୁଛନ୍ତି ତାଙ୍କ ସ୍ତ୍ରୀ ଓ ତାଙ୍କର ଜଣେ ବନ୍ଧୁ ।

Related posts

ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ

mahabharatanews

ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ

mahabharatanews

ବଢୁଛି ଶୀତ 

mahabharatanews