ଓଡିଶା

ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍କୁ ବଡ ସଫଳତା

ବ୍ୟୁରୋ : ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ଏକ ବଡ ସଫଳତା ମିଳିଛି । ଟାଇମସ୍ ହାୟର ଏଜୁକେସନ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରସ୍ତୁତ ହୋଇଛି ଏହି ର୍ୟାଙ୍କ୍ । ଗତବର୍ଷ ୮୦୧+ ର୍ୟାଙ୍କରେ ରହିଥିବା ବେଳେ ଚଳିତ ବର୍ଷ ୬୦୧+ କୁ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ଭଲ ପ୍ରଦର୍ଶନ କରିଛି । ଟାଇମ୍ସ ହାୟର ଏଜୁକେଶନ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ -୨୦୨୩ ପ୍ରକାଶିତ ହୋଇଥିବା ରିପୋର୍ଟରୁ ଏହା ଜଣାପଡିଛି । ବିଶେଷ କରି ଶୈକ୍ଷିକ ପରିବେଶ,ଗବେଷଣା,ଆଦୃତି, ଆର୍ନ୍ତଃଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନକମ୍ ଆଦି ମାପଦଣ୍ଡ ଆଧାରରେ ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟକୁ ନେଇ ଏହି ରାଙ୍କ ପ୍ରସ୍ତୁତ କରାଯାଇଥାଏ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଦେଶର ପୂର୍ବାଚଂଳ ଓ ଓଡିଶା ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ କିଟ୍ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସଫଳତାକୁ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରାଲି

mahabharatanews

ଭାରତ ବିକାଶ ପରିଷଦ ପକ୍ଷରୁ ହୋମିଓପାଥୀ ଔଷଧ ବଣ୍ଟନ

mahabharatanews

୫ ଦିନ ପ୍ରବଳ ବର୍ଷା ସମ୍ଭାବନା,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews