ଓଡିଶାରାଜନୀତି

ଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):ଜୟପୁର ରୁ ଉଡିବ ବିମାନ,ଜୟପୁର ବିମାନବନ୍ଦର କୁ ମିଳିଲା ଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତି,ଉଡାଣ ଯୋଜନା ଲାଇସେନ୍ସ ପ୍ରଦାନ କଲେ DGCA,ଟ୍ୱିଟ କରି ସୂଚନା ଦେଲେ ଉଷା ପାଢ଼ୀ |ଜୟପୁର ବିମାନସେବା ଆରଂଭ ଦ୍ୱାରା ଆଦିବାସୀ ଅଂଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାନ ମିଳିବ | ଏନେଇ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ସଚିବ ଉଷା ପାଢ଼ୀ ମଧ୍ୟ ଟୁଇଟ କରି ଖୁସି ବ୍ୟକ୍ତ କରିଛନ୍ତି | ତା ସହ ଲେଖିଛନ୍ତି ଖୁବ ଶୀଘ୍ର ଉଡାଣ ଯୋଜନାରେ ବିମାନ ଜୟପୁରରୁ ଉଡାଣ ଭରିବ | ଜୟପୁରରେ ବିମାନ ସେବା ମିଳିବା ଦ୍ୱାରା ଦକ୍ଷିଣ ଓଡ଼ିଶାର ଲୋକମାନେ ରାଜ୍ୟ ବାହାରୁ ଏବଂ ଦେଶ ବିଦେଶକୁ ସୁବିଧାରେ ଯା ଆସ କରିପାରିବେ |ଉଡାଣ ଦିବସ ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନ ବନ୍ଦରକୁ ମିଳିଲା ଇରୋଡ଼ରମ ଲାଇସେନ୍ସ | ଜୟପୁରରୁ ବିମାନ ହେଉଥିବା ନେଇ ଅନେକ ଦିନ ହେଲାଣି ଦାବି ହେଉଥିବା ବେଳେ ଜୟପୁରକୁ ଉଡାଣ ଅନୁମତି ମିଳିଥିବାରୁ ଖୁଶିବ୍ୟକ୍ତ କରିଛନ୍ତି ଜୟପୁର ବିଧାୟକ ତାରବାହିନୀ ପତି |

Related posts

ନାଳରେ ବୁଡି ଯୁବକ ମୃତ

mahabharatanews

ଦିଲ୍ଲୀରେ ଶୀତ ଲହରି ଜାରି 

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୬ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

mahabharatanews