ଓଡିଶା

ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ବ୍ୟୁରୋ : ଆସନ୍ତା ୨୫ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଛି । ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ ଏବଂ କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ବନ୍ଦ ରହିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୫ ତାରିଖ ମଙ୍ଗଳବାର ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ହେବ । ତେବେ ହିନ୍ଦୁନୀତି ଅନୁସାରେ, ଦେବସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ବିଭିନ୍ନ ଦେବଦେବୀ ମନ୍ଦିରର ଦେବ ନିତି ବନ୍ଦ ରହିବ । ଚଳିତ ବର୍ଷ ପ୍ରଥମ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ ।
ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ । ‌ଏହି ଦିନ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଏହି ଦିନ ଭୋର ୪ ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।‌ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସେହିପରି ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ତେଣୁ ଏହି ଦିନ ସକାଳ ୮ଟା ୨୯ ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି ।

ଦୀପାବଳି ଅବସରରେ ଭାରତରେ ଏହା ଆଂଶିକ ସୂର୍ଯ୍ୟେଗ୍ରହଣ ଭାବେ ସନ୍ଧ୍ୟା ସମୟରେ ଦେଖାଯିବ। ପୁଣି ୫ ବର୍ଷ ପରେ ଅର୍ଥାତ ୨୦୨୭ ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଆଂଶିକ ଭାବେ ଦେଖାଯିବ। ଦୀପାବଳି ପର୍ବ ମଧ୍ୟରେ ଦେଖାଯିବାକୁ ଥିବା ଏହି ବିରଳ ସୂର୍ଯ୍ୟୋପରାଗ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ରେଖାରେ ଚନ୍ଦ୍ର ଆସିବା କାରଣରୁ ପୃଥିବୀର କିଛି ଭୂଭାଗରୁ ସୂର୍ଯ୍ୟ ସଂପୂର୍ଣ୍ଣ ଗୋଲ ଦେଖାଯିବ ନାହିଁ। ଅର୍ଥାତ ସୂର୍ଯ୍ୟଙ୍କ କିଛି ଅଂଶ ପୃଥିବୀ ପୃଷ୍ଠରୁ ଦେଖାଯିବ।

ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ପାଖାପାଖି ୪ଟା ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖାଯିବ। ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଆଂଶିକ ସୂର୍ଯ୍ୟୋପରାଗ ରହିବ। ଏହା ପରେ ଭାରତରେ ଏହି ଭଳି ସୂର୍ଯ୍ୟୋପରାଗ ଦେଖିବାକୁ ୨୦୨୭ ଅଗଷ୍ଟ ୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ସମୟରେ ମଧ୍ୟ ପାଣିପାଗ କାରଣରୁ ସୂର୍ଯ୍ୟୋପରାଗ ଦେଖାଯିବା ଆଶଂକା କମ ରହିବ। ତେଣୁ ଛୁଟି ସମୟରେ ଏହି ବିରଳ ଦୃଶ୍ୟକୁ ନିଜର ପିଲାମାନଙ୍କୁ ଦେଖାଇ ବୈଜ୍ଞାନିକ ତଥ୍ୟ ସଂପର୍କରେ ଅବଗତ କରାଇପାରିବେ। ସୂର୍ଯ୍ୟୋପରାଗକୁ ସୌର ଚଷମା ଓ ଦୂରବୀକ୍ଷଣ ମାଧ୍ୟମରେ ସାହାଯ୍ୟରେ ଦେଖାଯିବା ଦରକାର।

Related posts

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

ପାଇଖାନା ନିର୍ମାଣରେ ଅନିୟମିତତା ନେଇ ଭିଜିଲାନ୍ସ ଚଢାଉ

mahabharatanews

 ୧ହଜାର ଷ୍ଟିଲ ପାତ୍ରରେ ଗଣପତିବାବା

mahabharatanews