ଓଡିଶା

ପେଟ୍ରୋଲ ଚୋରି ଅଭିଯୋଗରେ ସଂଙ୍ଗୀନ ମାମଲା ରୁଜୁ କଲା ପୋଲିସ

ବସ୍ତା / ଅଜିତ ସାହୁ :ଘରେ ପଶି ସୁନା,ରୂପା, ଟଙ୍କା,ଗହଣା ,ମୂଲ୍ୟବାନ ଆସବାପତ୍ର ଚୋରି ଘଟଣା ଶୁଣିଥିବେ। ତେବେ ରାତି ଅଧିଆ ବାଇକ ରୁ ପେଟ୍ରୋଲ ଚୋରି କରିବା ହୁଏତ ଶୁଣି ନଥିବେ। ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ରାମଚକ ଗ୍ରାମରେ। ଅଭିଯୋଗ ମୁତାବକ ଗ୍ରାମର ଉମେଶ ବେହେରା ଯିଏକି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଅଟନ୍ତି, ସବୁଦିନ ଭଳି ଗତ ୨୭ ତାରିଖ ଗୁରୁବାର ଡିଉଟି ରୁ ଫେରି ତାଙ୍କ ଘର ଦାଣ୍ଡ ପିଣ୍ଡାରେ ତାଙ୍କର ବାଇକ୍ ରଖିଥିଲେ। ତେବେ ରାତ୍ରି ପ୍ରାୟ ୨ଟା ବେଳେ ତାଙ୍କର ପଡୋଶୀ ଜୀବନ କୁମାର ପାଳ ତାଙ୍କ ଘରକୁ ଆସି,ବାଇକ ରୁ ପେଟ୍ରୋଲ ଚୋରି କରୁଥିଲେ, ସେହି ସମୟରେ ଉମେଶ ତେଲ ବୋତଲ ସହିତ, ଜୀବନ ବେହେରା କୁ ଧରିପକାଇ ଥିଲେ। ଜୀବନ ଚିତ୍କାର କରି ଶୁଣି ତାର ବାପା ଅଚ୍ୟୁତ ପାଳ,ବଡବାପା ପରମାନନ୍ଦ ପାଳ, ଭାଇ ଦେବେନ୍ଦ୍ର ପାଳ, ରବୀନ୍ଦ୍ର ପାଳ ଘଟଣା ସ୍ଥଳରେ ପହଁଚି ଉମେଶ ଓ ତାଙ୍କ ସ୍ତ୍ରୀ ଙ୍କୁ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ୍ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏନେଇ ଉମେଶ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସିଂଲା ପୋଲିସ ଅଭିଯୋଗ କୁ ଭିତ୍ତି କରି ୧୯୨/୨୨ ଓ ୧୯୩/୨୨ ଦୁଇଟି ପୃଥକ୍ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Related posts

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews

ବିମାନ ବନ୍ଦର ପ୍ରତିଷ୍ଠା ଦାବି: ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ ଆୟୋଜିତ 

mahabharatanews

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews