ଓଡିଶା

ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ଚନ୍ଦକା ସ୍ଥାନାନ୍ତର

ଭୁବନେଶ୍ୱର : ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ସ୍ଥାନାନ୍ତର | ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ପୂରା ଏସ୍କର୍ଟ ବ୍ୟବସ୍ଥା ଭିତରେ ପୋଲିସ ଓ ବନ କର୍ମଚାରୀ ନେଉଛନ୍ତି | ଗତକାଲି ବିଳମ୍ବିତ ରାତିରେ ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଶିଆସିଥିଲା ଦନ୍ତା। ସହର ମଧ୍ୟକୁ ପଶିଅଆସିଥିବାରୁ ନାକେଦମ୍‌ ହୋଇଥିଲ ବନବିଭାଗ କର୍ମଚାରୀ।

ଦିନରେ ପିପିଲିରେ ଆତଙ୍କ ଖେଳାଇବା ପରେ ରାତିରେ ଭୁବନେଶ୍ୱରରେ ପସିଥିଲା। ଆଇଗିଣିଆ ଶନି ମନ୍ଦିର ନିକଟରେ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିଥିଲା ବନ ବିଭାଗ । ଏହାପରେ ଟ୍ରକରେ ନିଆଯାଇ ଚନ୍ଦକା ଜଙ୍ଗଲରେ ଛଡାଯିବ।

Related posts

ବାଂମ୍ଫିଡି ଶାସନରେ ବୋଇତ ବନ୍ଦାଣ ଉତ୍ସବ ପାଳନ

mahabharatanews

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

mahabharatanews