ଓଡିଶା

ପାଣିରେ ଭାସୁଛି ଅଜଣା ମୃତ ଦେହ

ବଲାଙ୍ଗୀର : (ଜଗନ୍ନାଥ ଧରୁଆ ) କେନାଲରେ ଭାସୁଛି ଅଜଣା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ । ମୃତ ଯୁବକ ଜଣକ ହେଉଛନ୍ତି ଖଲିପଥର ଗାଁ ର ଖିରସିନ୍ଧୁ ବାଗ । ଖବର ଅନୂଯାୟୀ ଖିରସିନ୍ଧୁ ଘରେ କେହି ନଥିବା ବେଳେ ସେ ଏକ ବାହାଘର ପାର୍ଟିକୁ ଯାଇଥିଲେ । ହେଲେ ସେଘରକୁ ନଫେରିବାରୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ । ହେଲେ ଆଜି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଅନ୍ୟପଟେ ମୃତ ଶରୀରରେ ଆଘାତ ଲାଗିଥିବାରୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

Related posts

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ରୁ ପ୍ରବଳ କାଚିବ

mahabharatanews

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଲେ ସମାଜସେବୀ

mahabharatanews

ଆସନ୍ତାକାଲି ଠାରୁ ବଢ଼ିବ ବର୍ଷା, ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews