ଓଡିଶାଶିକ୍ଷା

କିସ ଛାତ୍ର ସାଧବ କାର୍ଜୀ ପାଇଲେ ଓଜେଏସ ପରିକ୍ଷାରେ ସଫଳତା

ଭୁବନେଶ୍ବର : ପ୍ରକାଶ ପାଇଛି ଓଜେଏସ ରେଜେଲ୍ଟ । ଏହି ପରିକ୍ଷାରେ ପୁଅମାନଙ୍କ ଅପେକ୍ଷା ଅଧିକ ଝିଅମାନେ ସଫଳତା ହାସଲ କରିଛନ୍ତି । ପ୍ରଥମ ୩ଟି ସ୍ଥାନରେ ଝିଅମାନେ ହିଁ ରହିଛନ୍ତି । ଓଡ଼ିଶା ଲୋକ ସେବା ଆୟୋଗ ଓପିଏସ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓପିଏସ୍ସି ପକ୍ଷରୁ କୁହାଯାଇଛି ଯେ, ଓଜେଏଏସ୍ ପରୀକ୍ଷା-୨୦୨୧ରେ ୫୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୮ ଜଣ ଝିଅ ଅଛନ୍ତି । ଏଥିରେ ପ୍ରଥମେ ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି । ପ୍ରଥମ ୩ଟି ସ୍ତାନରେ ମହିଳା ରହିଛନ୍ତି ।

ସେହିପରି ଦ୍ୱିତିୟ ସ୍ତାନରେ ଚେତନା ପଟ୍ଟନାୟକ ରହିଥିବା ବେଳେ ତୃତୀୟ ସ୍ଥାନରେ ଏ ଗୀତାଞ୍ଜଳି ନାଇଡୁ ରହିଛନ୍ତି । ଓଡିଶା ଲୋକସଭା ପକ୍ଷରୁ ଏହି ପରିକ୍ଷା ଆୟୋଜିତ ହୋଇଥିଲା । ଓଜେଏସ ପରିକ୍ଷାରେ କିସ ଛାତ୍ରଙ୍କ ସଫଳତା । ପ୍ରଥମ ଥର ଲାଗି କିସର ଛାତ୍ର ଓଡିଶା ବିଚାର ବିଭାଗୀୟ ସେବା ଓଜେଏସ ପରିକ୍ଷାରେ ସଫଳତା ହାସଲ କରିଛନ୍ତି । ଛାତ୍ର ଜଣକ ହେଲେ ସାଧବ କାର୍ଜୀ । ୪୫ ତମ ର‌୍ୟାଙ୍କରେ ରହି କିସକୁ ଗୌରବ ଆଣିଛନ୍ତି । ଗଜପତି ଜିଲ୍ଲା ସୌରା ଜନଜାତି ପରିବାରର ହୋଇଥିବା ବେଳେ ୨୦୧୪ରେ ସେ କିସରେ ନାମ ଲେଖାଇଥିଲେ ।

Related posts

ନୂଆ ବର୍ଷ ରେ ମୁଖ୍ୟ ଶାସନ ସଚିବଙ୍କୁ ପନ୍ଦର ସୂତ୍ରୀ ପରାମର୍ଶ

mahabharatanews

୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଛି ରକ୍ତ ଦାନ ଶିବିର

mahabharatanews

ସୌମ୍ୟଙ୍କ ପରିବାରକୁ କ୍ରାଇମ ବ୍ରାଞ୍ଚ ଦେଇପାରିବ ନ୍ୟାୟ?

mahabharatanews