ବିଶ୍ୱ

୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ପୁଣି ଓହ୍ଲାଇଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢିବେ ଟ୍ରମ୍ପ | ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଟ୍ରମ୍ପ | ଆମେରିକାର ନିର୍ବାଚନ କମିଶନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଟ୍ରମ୍ପ। ଏଥିପାଇଁ ବୁଧବାର ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି । ୨୦୧୬-୨୦୨୦ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ ଡୋନାଲ୍ଡ ଟ୍ରମ୍ପ।

ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ହ୍ବାଇଟ୍ ହାଉସ୍ ଆଶାୟୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ସମସ୍ତ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସେ ଆମେରିକାକୁ ବିକାଶର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି ।

କିନ୍ତୁ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ବୋଲି ବାଇଡେନ୍ ରେକଠୋକ୍ କହିଛନ୍ତି ।

Related posts

ଆତଙ୍କିତ କରୁଛି ମଙ୍କିପକ୍ସ ଭାଇରସ

mahabharatanews

ନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଚିନ ଆମେରିକା ମଧ୍ୟରେ ତିକ୍ତତା

mahabharatanews

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews