ଖେଳ

ପୋଲାର୍ଡଙ୍କ ପାଇଁ ଟ୍ୱିଟ କରି ଫସିଲେ ରୋହିତ

ନୂଆଦିଲ୍ଲୀ:ରୋହିତଙ୍କ ପର୍ଦଶନକୁ ନେଇ ପ୍ରଂଶସକ ହେଲେ ନିରାଶ । ଟି-୨୦ ବିଶ୍ୱକପ୍ରେ ଭାରତ ସେମିଫାଇନାଲରୁ ବାଦ ପଡିବା ପରେ କ୍ରିକେଟ ପ୍ରଶଂସକ ମାନେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଅତ୍ୟାଧିକ ରାଗିଛନ୍ତି । ତେବେ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଅଲରାଉଣ୍ଡର କିରନ ପୋଲାଡ ଆଇପିଏଲରୁ ଅବସର ଘୋଷଣା କରିଥିଲେ । ଯାହାକୁ ନେଇ ରୋହିତ ଶର୍ମା ଏକ ପୋଷ୍ଟ କରିଥିଲେ । ତେବେ ରୋହିତଙ୍କ ଏହି ଟ୍ୱିଟ ପରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ପ୍ରଶଂସକଙ୍କ କହିବା ମୁତାବକ, ଭାରତ ଟି-୨୦ ସେମିଫାଇନାଲରୁ ବାଦ ପଡିବା ପରେ ରୋହିତଙ୍କୁ କିଛି ଟ୍ୱିଟ କରିବାକୁ ସମୟ ନଥିଲା । କିନ୍ତୁ ତାଙ୍କ ଆଇପିଏଲ ସାଥି କିରନ ପୋଲାଡଙ୍କ ପାଇଁ ଖୁବ୍ ସମୟ ରହିଛି । ତେବେ ଆଉ ଜଣେ ୟୁଜର ରୋହିତଙ୍କ ପୋଷ୍ଟର ପତିକ୍ରିୟା ଦେଇଲେଖିଛନ୍ତି ଯେ, ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ଦେଶ ଠାରୁ ଉର୍ଦ୍ଧରେ ।ସେ ଇଂଲଣ୍ଡ ବିପକ୍ଷରେ ହୋଇଥିବା କ୍ଷତି ବିକ୍ଷୟରେ କିଛି ପୋଷ୍ଟଣ୍ଟ କରିନାହନ୍ତି । କିନ୍ତୁ ପୋଲାଣ୍ଡଙ୍କ ଅବସର ନେଇ ସେ ବେଶ ଚିନ୍ତିତ ଥିବା ଜଣା ପଡୁଛନ୍ତି । ଏହା ସହ ଆଉ ଜଣେ ପ୍ରଂଶସକ ମଧ୍ୟ ଟ୍ୱିଟ କରିଛନ୍ତି ଯେ, ଭାଇ ଆପଣଙ୍କ ଫିଟନେସ ଠିକ୍ କରନ୍ତୁ । ନଚେତ୍ ଟି-୨୦ କ୍ରିକେଟରୁ ଅବସର ନେଇ ଯାଆନ୍ତୁ ।

Related posts

ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ଉପବିଜୟିନୀ ପିଭି ସିନ୍ଧୁ

mahabharatanews

ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର

mahabharatanews

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

mahabharatanews