ଖେଳ

ପୋଲାର୍ଡଙ୍କ ପାଇଁ ଟ୍ୱିଟ କରି ଫସିଲେ ରୋହିତ

ନୂଆଦିଲ୍ଲୀ:ରୋହିତଙ୍କ ପର୍ଦଶନକୁ ନେଇ ପ୍ରଂଶସକ ହେଲେ ନିରାଶ । ଟି-୨୦ ବିଶ୍ୱକପ୍ରେ ଭାରତ ସେମିଫାଇନାଲରୁ ବାଦ ପଡିବା ପରେ କ୍ରିକେଟ ପ୍ରଶଂସକ ମାନେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଅତ୍ୟାଧିକ ରାଗିଛନ୍ତି । ତେବେ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଅଲରାଉଣ୍ଡର କିରନ ପୋଲାଡ ଆଇପିଏଲରୁ ଅବସର ଘୋଷଣା କରିଥିଲେ । ଯାହାକୁ ନେଇ ରୋହିତ ଶର୍ମା ଏକ ପୋଷ୍ଟ କରିଥିଲେ । ତେବେ ରୋହିତଙ୍କ ଏହି ଟ୍ୱିଟ ପରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ପ୍ରଶଂସକଙ୍କ କହିବା ମୁତାବକ, ଭାରତ ଟି-୨୦ ସେମିଫାଇନାଲରୁ ବାଦ ପଡିବା ପରେ ରୋହିତଙ୍କୁ କିଛି ଟ୍ୱିଟ କରିବାକୁ ସମୟ ନଥିଲା । କିନ୍ତୁ ତାଙ୍କ ଆଇପିଏଲ ସାଥି କିରନ ପୋଲାଡଙ୍କ ପାଇଁ ଖୁବ୍ ସମୟ ରହିଛି । ତେବେ ଆଉ ଜଣେ ୟୁଜର ରୋହିତଙ୍କ ପୋଷ୍ଟର ପତିକ୍ରିୟା ଦେଇଲେଖିଛନ୍ତି ଯେ, ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ଦେଶ ଠାରୁ ଉର୍ଦ୍ଧରେ ।ସେ ଇଂଲଣ୍ଡ ବିପକ୍ଷରେ ହୋଇଥିବା କ୍ଷତି ବିକ୍ଷୟରେ କିଛି ପୋଷ୍ଟଣ୍ଟ କରିନାହନ୍ତି । କିନ୍ତୁ ପୋଲାଣ୍ଡଙ୍କ ଅବସର ନେଇ ସେ ବେଶ ଚିନ୍ତିତ ଥିବା ଜଣା ପଡୁଛନ୍ତି । ଏହା ସହ ଆଉ ଜଣେ ପ୍ରଂଶସକ ମଧ୍ୟ ଟ୍ୱିଟ କରିଛନ୍ତି ଯେ, ଭାଇ ଆପଣଙ୍କ ଫିଟନେସ ଠିକ୍ କରନ୍ତୁ । ନଚେତ୍ ଟି-୨୦ କ୍ରିକେଟରୁ ଅବସର ନେଇ ଯାଆନ୍ତୁ ।

Related posts

କ୍ରିକେଟରୁ ବିଦାୟ ନେଲେ Mr. 360

mahabharatanews

ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍

mahabharatanews

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

mahabharatanews