ଓଡିଶା

ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତି ହେଲେ ମହେନ୍ଦ୍ର ବଡେଇ

ଭୁବନେଶ୍ୱର : ପ୍ରଶାସକରୁ ରାଜନେତା ପାଲଟିଥିବା ମହେନ୍ଦ୍ର ବଡେଇ ହେଲେ ବିଜୁ ଜନତା ଦଳ ର ମୁଖପାତ୍ର । ନିକଟରେ ବିଜେଡ଼ିରେ ସାମିଲ ହୋଇଥିଲେ ମହେନ୍ଦ୍ର, ନବୀନ ନିବାସରେ ଆୟୋଜିତ ମିଶ୍ରଣ କାର୍ୟ୍ୟକ୍ରମରେ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ ମହେନ୍ଦ୍ର । ସରକାରୀ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡି ରେ ସାମିଲ ହୋଇଥିଲେ ମହେନ୍ଦ୍ର ।ପୂର୍ବରୁ ନୂଆପଡ଼ାର ସହକାରୀ ଉପ ଜିଲ୍ଲାପାଳ ଥିଲେ ମହେନ୍ଦ୍ର । ମହେନ୍ଦ୍ର ପଦ୍ମପୁରର ବାସିନ୍ଦା ହୋଇଥିବାବେଳେ ଆସନ୍ତା ଉପ ନିର୍ବାଚନରେ ଶକ୍ତି ମିଳିବ ବିଜେଡି ଆଶା ରଖିଛି ।ବର୍ତ୍ତମାନ ସେ ଦଳର ମୁଖପାତ୍ର ଦାଇତ୍ୱ ତୁଲାଇବେ ।

Related posts

ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ବିଦ୍ୟୁତ୍ ଆଘାତରେ ବାପ ପୁଅ ମୃତ

mahabharatanews

ରାଜାରାଜୁଡା ଅମଳର ମା ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

mahabharatanews