ଓଡିଶା

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

ଖୋର୍ଦ୍ଧା : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏକ ଆଲୋଚନା ଚକ୍ର ‘ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା’ ଉପରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ରାଜସ୍ଥାନ ମାଉଣ୍ଟଆବୁର ସୁଶାନ୍ତ ଭାଇ, ରାଜ୍ୟ ମିଡିଆ କୋର୍ଡିନେଟର ବିକେ ନାଥମଲ, ମୁଖ୍ୟ ବକ୍ତା ଭାବେ ଫରିଦାବାଦର ବ୍ରହ୍ମକୁମାରୀ ପୁନମ ବର୍ମା ଯୋଗ ଦେଇ ଆଜିର ଆଧୁନିକ ସମାଜରେ ସାମ୍ବାଦିକ ମାନଙ୍କର ଆବଶ୍ୟକତା ଓ ସମାଜ ପାଇଁ ପ୍ରତିଟି ମୁହୂର୍ତ୍ତରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି ।

ଏହିପରିପ୍ରେକ୍ଷୀରେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ମାନସିକ ସ୍ତରରେ କିଛି ମାତ୍ରାରେ ଶାନ୍ତ୍ୱନା ତଥା ଚାପ ମୁକ୍ତ ଉଦ୍ବେଶ ନେଇ ଛୋଟ ପ୍ରୟାସ କରାଯାଇଥିବା ବ୍ରହ୍ମା କୁମାରୀ ପୁନମ ବର୍ମା କହିଛନ୍ତି । ଏଥିସହିତ କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି କିପରି ନିଜର ମାନସିକ ଶାନ୍ତି ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବାନେଇ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଓ ବାଣପୁର ବ୍ଲକ ଅନ୍ତର୍ଗତ ସାମ୍ବାଦିକମାନେ ଯୋଗ ଦେଇ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧିର ସତ୍ତା ଖୋଜିବାକୁ ଉପକ୍ରମ କରିଥିଲେ । ପରିଶେଷରେ ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ବର୍ଗରେ ସାମାଜିକ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।

Related posts

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି, ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

କାର-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

mahabharatanews

୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟିନେଲେ ବୁର୍ବୃତ୍ତ

mahabharatanews